ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିରର ସୁରକ୍ଷା ସହ ପୁରୀକୁ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବାକୁ ଅଣ୍ଟା ଭିଡ଼ିଥିବା ମୁଖ୍ୟମନ୍ତ୍ରୀ ଏବେ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରସ୍ତୁତ କରିଛନ୍ତି ନୂଆ ବ୍ଲୁପ୍ରିଣ୍ଟ । ଏଣିକି ସ୍ୱର୍ଗଦ୍ୱାରରେ ଶବ ବାହକ ଓ ଶବ ଦାହ ପାଇଁ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଶବ ବାହକମାନଙ୍କ ସୁବିଧା ପାଇଁ ନିର୍ମାଣ ହେବ ବିଶ୍ରାମକକ୍ଷ । ଏହି ଉନ୍ନତିମୂଳକ କାମ ପାଇଁ ସ୍ୱର୍ଗଦ୍ୱାରରେ ଥିବା ବିଜୁବାବୁଙ୍କ ସମାଧି ମଧ୍ୟ ହଟିବ । ଆମ ଧର୍ମୀୟ ବିଶ୍ୱାସ ସହ ସ୍ୱର୍ଗଦ୍ୱାରର ନିବିଡ଼ ସଂପର୍କ ରହିଛି । ବିଶ୍ୱାସର ପବିତ୍ର ଭୂମି ଏହି ସ୍ୱର୍ଗଦ୍ୱାରର ଉନ୍ନତିମୂଳକ କାମ ଆରମ୍ଭର ୬ ମାସ ମଧ୍ୟରେ ଶେଷ କରିବାକୁ ନବୀନ ନିଦେ୍ର୍ଧଶ ଦେଇଛନ୍ତି ।
ମହାବାତ୍ୟା ‘ଫୋନି’ରେ ସ୍ୱର୍ଗଦ୍ୱାର ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର କଣ ବିକାଶ କରିହେବ ସେ ସଂପର୍କରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ନିଷ୍ପତ୍ତି ହୋଇଛି, ସବୁ ଋତୁରେ କିଭଳି ସୁବିଧାରେ ଏଠାରେ ଶବଦାହ କରିହେବ ସେ ନେଇ ସବୁ ଅନୁକୂଳ ବ୍ୟବସ୍ଥା ନିର୍ମାଣ କରାଯିବ । ଏଠାରେ ବ୍ୟାପକ ବୃକ୍ଷରୋପଣ ସହ ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଫୋନିକ୍ସ ଫାଉଣ୍ଡେସନ ଏହାର ବିକାଶ କାମ କରିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦେ୍ଧଶ୍ୟରେ ଯାହା କିଛି ଥିଲା, ସେ ସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ । ବିଶ୍ୱାସର ପବିତ୍ର ଭୂମି ସ୍ୱର୍ଗଦ୍ୱାରର ବିକାଶରେ ସମସ୍ତେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ଏ ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଫୋନିକ୍ସ ଫାଉଣ୍ଡେସନ ଅଧ୍ୟକ୍ଷ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଗଦ୍ୱାରର ବିକାଶ ପାଇଁ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରି ବିଜେଡି ନେତା ସଂଜୟ ଦାସବର୍ମା କହିଛନ୍ତି, ଏହି ବିକାଶମୂଳକ କାମ ପାଇଁ ସ୍ୱର୍ଗତ ବିଜୁ ପ;ନାୟକଙ୍କ ସମାଧିକୁ ମଧ୍ୟ ଅନ୍ୟତ୍ର ହଟାଇ ନିଆଯିବ । ସେଠାରେ କେବଳ ସ୍ମୃତି ଫଳକଟିଏ ରହିବ । ଅନ୍ୟ ରାଜ୍ୟରେ କ୍ଷମତାଶାଳୀ ବ୍ୟକ୍ତିଙ୍କ ପରଲୋକ ପରେ ସମାଧିସ୍ଥଳ ପାଇଁ ବିବାଦ ଓ ଛକାପଞ୍ଝା ଲାଗିବାର ନଜିର ରହିଛି । ବାଲ ଥାକରେ ଓ ଜୟଲଳିତାଙ୍କ ସମାଧି ପାଇଁ କିଭଳି ଭିଡ଼ା ଓଟରା ତଥା ରାଜନୈତିକ ଛକି ଶୂନ ଲାଗିଥିଲା ତାହାକୁ ଲୋକ ଭୁଲି ନାହାନ୍ତି । ମାତ୍ର ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ କିନ୍ତୁ ନିଜ ପିତାଙ୍କ ସମାଧିକୁ ମଧ୍ୟ ହଟାଇବାକୁ ପଛାଇ ନାହାନ୍ତି । ନିଜ ଆଡୁ ସେ ଏ ନିଷ୍ପତ୍ତି ନେଇଛନ୍ତି । ଏହା ସମଗ୍ର ଦେଶରେ ବିରଳ । ପୁରୀର ବିକାଶ ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ କାମ ଆରମ୍ଭ ହୋଇଛି । ଏବେ ପୁଣି ସ୍ୱର୍ଗଦ୍ୱାର ନେଇ ନବୀନଙ୍କ ଏ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।
Comments are closed, but trackbacks and pingbacks are open.