ଖଲ୍ଲିକୋଟ,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ୧୦ଟି ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି । ସେହିପରି ଏହିି ବ୍ଲକର ଆୟିତିପୁର ପଞ୍ଚାୟତର ଗୋଟିଏ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ୧୨ଟି ଗାଁକୁ ବଫର ରଜୋନ୍ ଘୋଷଣା କରାଯାଇଛି । ବାଦପଲ୍ଲୀ ପଞ୍ଚାୟତର ିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟିଏମ୍ସି) ରେ ନିୟୋଜିତ ୧୨ଜଣ କର୍ମଚାରୀ ଓ ଆୟିତିପୁର ପଞ୍ଚାୟତ ଟିମ୍ସିରେ ନିୟୋଜିତ ୩ କମର୍ଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁ -ଘୋଡ଼ାପଡ଼ା, ସିଆଳିପଟା, କୁରିମପୁର, ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ , ସାନବାଲା, ନୂଆପଲ୍ଲୀ, ଛକାସିଂହ ଓ ଦେବୀଝରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ଏହି ୯ଟି ଗାଁ ଚାିରପାଖରେ ଥିବା ମରେଇନୂଆ ଗାଁ, ନଳାସିଂ, ଖାସୁଲା, ସୋରିଷପାଟଗଞ୍ଜରା , ବଡ଼ପଲା, ବି. ଭରିପଦର, ପି. ବଳରାମପୁର, ଖରିପଲ୍ଲୀ, କିଆପଲ୍ଲୀ ଓକୁମାରସିଂହ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି । ଆୟିତିପୁରର କେବଳ ବୀରପୁର ଗାଁକୁ କଣ୍ଟେନମେଣ୍ଟନ ଜୋନ୍ ଘୋଷଣା କରାଯାଇଥିବା ବେଳେ ଉତ୍ସପଡ଼ା, ଆୟିତିପୁର, ଖୋଜାପଲ୍ଲୀ, ପାଳଧୂଆପଲ୍ଲୀ, ଭିକପଡ଼ା, ରାଇପଡ଼ା, ରାମଚନ୍ଦ୍ରପୁର, କଇରାଶି, ଲକ୍ଷଣପୁର, ରତନପୁର, ବାଗଲପୁର ଓ ମଲଖୋଜାପଲ୍ଲୀ । ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଲୋକମାନେ ଚଳପ୍ରଚଳ କରିପାରିବେ ନାହିଁ । ସେହିଭଳି କଣ୍ଟେନମେଣ୍ଟ ଜୋନ୍ରୁ କେହି ବାହାରକୁ ଯାଇପାରିବେ ନାହିଁ କି ବାହାରର କୌଣସି ଲୋକ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ବଫର ଜୋନ୍ ଭିତରେ ଆସୁଥିବା ଗାଁରଲୋକମାନେ କେବଳ ଜରୁରୀ ସେବା ପାଇଁ ଚଳପ୍ରଚଳନ କରିପାରିବେ । ଉଭୟ କଣ୍ଟେନମେଣ୍ଟ ଓ ବଫର ଜୋନ୍ ଭିତରେ ରହିଥିବା ଗାଁ ଗୁଡିକର ଲୋକମାନେ ଘର ଭିତରେ ରହିବେ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ସ୍ୱାସ୍ଥ୍ୟସେବା ଭଳିଜରୁରୀ କାର୍ଯ୍ୟକୁ ଛତ୍ରପୁର ସବ୍ କଲେକ୍ଟରଙ୍କ ଅଧୀନରେ ଗଠନ ହୋଇଥିବା ବିଭିନ୍ନ ଟିମ୍ କରିବେ । ସେହିପରି ଏହି ସବୁ କଣ୍ଟେନମେଣ୍ଟ ଓ ବଫର ଜୋନ୍ ମଧ୍ୟରେ ଆସୁଥିବା ସମସ୍ତ ସରକାରୀ ଓ ଘରୋଇ ଅନୁÂାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।
Comments are closed, but trackbacks and pingbacks are open.