ଖସିଗଲେ ୨୦ ମାଓବାଦୀ!, ବିପୁଳ ବିସ୍ଫୋରକ ଜବତ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ମାଛକୁଣ୍ଡ ଥାନା ସୀମାନ୍ତ ଜଙ୍ଗଲରେ ଡିଭିଏଫ ଓ ବିଏସ୍ଏଫ୍ ଯବାନଙ୍କ ମିଳିତ କମ୍ବିଂ ବେଳେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ପ୍ରାୟ ୨୦ ଜଣ ମାଓବାଦୀ । ଅପରେସନ ବେଳେ ଜଙ୍ଗଲରୁ ଜବତ ହୋଇଛି ବିପୁଳ ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ । ଜବତ ସମାଗ୍ରୀ ମଧ୍ୟରେ ରହିଛି ୧୮ ପ୍ୟାକେଟ ତରଳ ବିସ୍ଫୋରକ, ୫ ଶହ ପ୍ୟାକେଟ ଜିଲୋଟିନ୍, ୩ଟି ଫ୍ଲାସ କ୍ୟାମେରା, ୧୫ ମିଟର ତାର, ଫୁଟା ଗୁଳି ଗୁଣ୍ଡ ୧୨୦୦ ଗ୍ରାମ, ବିପୁଳ ମାଓ ପୁସ୍ତିକା ଏବଂ କ୍ୟାଡ଼ର ମାଓବାଦୀଙ୍କ ଫଟୋ । ସାମଗ୍ରୀଗୁଡ଼ିକୁ ଆନ୍ଧ୍ର-ଓଡ଼ିଶା ବର୍ଡର ମାଓ କମିଟି ପକ୍ଷରୁ ଏକ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରାଯାଇ ମାଟିତଳେ ପୋତା ଯାଇଥିବା ଏସ୍ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ଭାମୁ କହିଛନ୍ତି, କୋରାପୁଟ ଓ ମାଲକାନାଗିରି ଜିଲ୍ଲା ସୀମାନ୍ତ ମାଛକୁଣ୍ଡ ଥାନା ଅଞ୍ଚଳରେ ପ୍ରାୟ ୨୦ଜଣ ମାଓବାଦୀ ରହିଥିବା ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ଡିଭିଏଫ ଓ ଅନକାଡେଲି ବିଏସଏଫ୍ ଟିମ୍ ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ମିଳିତ କମ୍ବିଂରେ ଯାଇଥିଲେ । ଯବାନମାନେ ସେଠାରେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ଖସି ପଳାଇବାରେ ସମର୍ଥ ହୋଇଥିଲେ । ସର୍ଚ୍ଚ ଅପରେସନ୍ ବେଳେ ଉପରୋକ୍ତ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ଯବାନଙ୍କ ଉପରେ ଏକ ବଡଧରଣର ଆକ୍ରମଣ ପାଇଁ ଆନ୍ଧ୍ର-ଓଡ଼ିଶା ବଡର଼୍ର କମିଟି ପକ୍ଷରୁ ଏହି ବିସ୍ଫୋରକ ସାମଗ୍ରୀ ମାଟିତଳେ ପୋତାଯାଇଥିଲା । ସେମାନଙ୍କ ଏହି ଉଦ୍ୟମକୁ ପଣ୍ଡ କରାଯାଇ ପାରିଛି ବୋଲି ଏସ୍ପି କହିଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ସୀମାନ୍ତ ଅଞ୍ଚଳର ବିକାଶ ଚାହୁଁଛନ୍ତି । ତେଣୁ ପୁଲିସକୁ ସମର୍ଥନ ଦେଇ ଆସୁଛନ୍ତି । ଫଳରେ ଏବେ ମାଓବାଦଙ୍କ ଦମନକ୍ଷେତ୍ରରେ ପୁଲିସକୁ ସଫଳତା ମିଳିପାରୁଛି ବୋଲି ଏସ୍ପି ଶ୍ରୀ ଭାମୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons