ଆନନ୍ଦପୁର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀର ଜଳସ୍ତର ଖସିବାରେ ଲାଗିଛି । ଗୁରୁବାର ଅପରାହ୍ନ ୩ ଟା ସୁଦ୍ଧା ଜଳସ୍ତର ୩୯.୭୭୦ମି. ରେ ପ୍ରବାହିତ ହେଉଥିବା ସୂଚନା ମିଳିଛି । ତେବେ ଜଳସ୍ତର ହ୍ରାସ ପାଇଥିଲେ ସୁଦ୍ଧା ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଚିନ୍ତାର କାରଣ ପାଲଟିଛି । ସେହିପରି ଉପରମୁଣ୍ଡରେ ବର୍ଷାର ପ୍ରଭାବ କମ୍ ରହିଥିବାରୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଆନନ୍ଦପୁର ରାଜଘାଟ ଠାରେ ବୈତରଣୀ ନଦୀର ସତର୍କ ସଙ୍କେତ ୩୭.୪୪୫ମି. ରହିଥିବାବେଳେ ବିପଦ ସଙ୍କେତ ୩୮.୩୬୦ ମି. ରହିଛି । ଗତକାଲି ଲଘୁଚପ ଜନିତ ବର୍ଷା ପ୍ରଭାବରେ ଜଳସ୍ତର ଅପେକ୍ଷାକୃତ ଭାବେ ବୃଦ୍ଧି ପାଇଥିଲା । ଏପରିକି ବୁଧବାର ସନ୍ଧ୍ୟା ୮ ଟା ସୁଦ୍ଧା ଜଳସ୍ତର ସର୍ବାଧିକ ୪୦.୮୩୦ ମି. ରହିଥିଲା ।
Comments are closed, but trackbacks and pingbacks are open.