ଖାକିରେ ଲାଗିଲା ଦାଗ : ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ କରି କନେଷ୍ଟବଳ ଗିରଫ

Get real time updates directly on you device, subscribe now.

ନିମାପଡା :ଦେଶ ତଥା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଓ ନାରୀ ପ୍ରତି ନିର୍ୟ୍ୟାତନା । ପୁଣି ନନିମାପଡାରେ ଜଣେ ମହିଳାଙ୍କ ପାଇଁ ରକ୍ଷକ ସାଜିଛି ଭକ୍ଷକ ଜ୍ଝ ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଙ୍ଗ ଭଳି ସଂଗୀନ ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ ହୋଇଛି । ପୁରୀ ଜିଲ୍ଲା ନିମାପଡା ଥାନାର କନେଷ୍ଟବଳ ଗଙ୍ଗାଧର ରାଉତକୁ ସତ୍ୟବାଦୀ ପୋଲିସ ଗିରଫ କରିଛି ।
ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳାଙ୍କୁ ଏକ ମାମଲାରେ ସହଯୋଗ କରିବାକୁ କହି ତାଙ୍କ ସହିତ ଗଙ୍ଗାଧର ସମ୍ପର୍କ ସ୍ଥାପନ କରିବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସଂପୃକ୍ତ ମହିଳାଙ୍କୁ କନେଷ୍ଟେବଲ ବ୍ଲାକ ମେଲିଙ୍ଗ କରିବା ଅଭିଯୋଗ ମଧ୍ୟ ହୋଇଥିଲା । ପୁରୀ ଏସପି ଙ୍କର ପାଖରେ ଅଭିଯୋଗ ପରେ ଏସ ପି ଙ୍କର ନିର୍ଦେଶ କ୍ରମେ ଗଙ୍ଗାଧର ଙ୍କୁ ଗିରଫ କରିଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons