ଖୁଚୁରା ବଜାରରେ ପିଆଜ କିଲୋ ୧୩୦ରୁ ୧୪୦ଟଙ୍କା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆମଦାନୀ ବଢ଼ିଲାଣି । କିନ୍ତୁ ଖୁଚୁରା ବଜାରରେ ଦର ଖସୁନି । ଛୋଟ ପିଆଜ ୧୨୦ରୁ ୧୩୦ଟଙ୍କାରେ ବିକ୍ରି ହେଉଛି । ବଡ଼ ପିଆଜ ୧୩୦ରୁ ୧୪୦ଟଙ୍କାରେ ବିକ୍ରି ହେଉଛି । ରାଜଧାନୀର ଅଧିକାଂଶ ସ୍ଥାନରେ ଥିବା ଖୁଚୁରା ଦୋକାନରେ ପିଆଜର ଦର ଆଜି ଏଭଳି ରହିଛି ।
ଅନେକ ଦିନ ପରେ ଆଜି ପିଆଜ ଆମଦାନୀ ୨୦୦ଟନ୍ ଟପିଛି । ଆଜି ରାଜଧାନୀର କୁବେରପୁରୀ ମଣ୍ଡିକୁ ୨୨୦ଟନ୍ ଆମଦାନୀ ହୋଇଛି । ମହାରାଷ୍ଟ୍ରର ନାସିକ୍ରୁ ୭୦ଟନ୍ ପିଆଜ ଆସିଛି । ଏହି ପିଆଜ ନୂଆ କରି କ୍ଷେତରୁ ବାହାରିଛି । ସେପଟେ ପିଆଜ ଆମଦାନୀ ବଢ଼ିବା ସତ୍ତେ୍ୱ ଦରରେ ସେଭଳି ସୁଧାର ଆସିନି । ଛୋଟ ପିଆଜ ଦର ସାମାନ୍ୟ କମିଛି । ୧୨୦ରୁ ୧୩୦ଟଙ୍କାରେ ବିକ୍ରି ହୋଇଛି ।
ଆଜି ଏକ ନମ୍ବର ହାଟରେ ଛୋଟ ପିଆଜ ୧୨୦ଟଙ୍କାରେ ବିକ୍ରି ହେଉଥିଲା । ମଧ୍ୟମ ଧରଣର ପିଆଜ ୧୩୦ଟଙ୍କାରେ ବିକ୍ରି ହୋଇଥିଲା । କିନ୍ତୁ ଦୋକାନୀ ବଡ଼ ପିଆଜକୁ ୧୪୦ଟଙ୍କାରେ ବିକିଥିଲେ । କୁବେରପୁରୀ ମଣ୍ଡିରେ ନାସିକ୍ରୁ ଆସିଥିବା ପିଆଜର ହୋଲସେଲ୍ ଦର ୯୦ରୁ ୧୦୫ଟଙ୍କା ଥିଲା । କିନ୍ତୁ ଖୁଚୁରା ବଜାରକୁ ଆସିବା ମାତ୍ରେ ଏହି ଦର ୩୦ଟଙ୍କା ବଢ଼ିଯାଉଛି ।
କୁବେରପୁରୀ ବ୍ୟବସାୟୀ ମହାସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି, ଧୀରେ ଧୀରେ ଆମଦାନୀ ବଢୁଛି । ନାସିକ୍ରୁ ପିଆଜ ଉପôାଦନ ବଢିଛି । ଦର କମିଛି । କିନ୍ତୁ ଏହା ନୂଆ ପିଆଜ ହୋଇଥିବାରୁ ପରିବହନ ସମୟରେ ନଷ୍ଟ ହୋଇଯାଉଛି । ଏଥିପାଇଁ ବ୍ୟବସାୟୀ ଅଧିକ ଆମଦାନୀ କରୁନାହାନ୍ତି । କମ୍ ଦିନ ଭିତରେ ଏହି ଦର ଆହୁରି ଖସିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons