ବଲାଙ୍ଗୀର, (ବି.ବି.ନୁ୍ୟଜ୍):ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ଗ୍ରାମ ପଞ୍ଚାୟତ ଦେଇ ଯାଉଥିବା ମୁଖ୍ୟ ରାସ୍ତାରେ ଥିବା ବ୍ରିଜ ତଳୁ ଗୋଟେ ଅଜଣା ବ୍ୟକ୍ତିର ଶବ ଦେଖିବାକୁ ମିଳିଥିଲା। ତେବେ ମିଳିଥିବାସୂଚନା ଅନୁସାରେ ଦୁଇ ରୁ ୩ ଦିନ ହେବ ଏହି ଶବ ପଡିଥିବା ଯୋଗୁଁ ଶବ ରୁ ଦୁର୍ଗନ୍ଧ ବାହାରୁଥିବା କୁହାଯାଉଛି।ଅନ୍ୟପଟେ ଶବ ର ୧୦୦ ପୁଟ ପାଖାପାଖି ଶବ ଦାହ ତଥା ସଂମସାନ ଗୃହ ସ୍ଥିତ ଥିବାବେଳେ କାହାରି ନଜର କେମିତି ନ ପଡିଥିବା କୁହାଯାଉଛି। ସେହିପରି କିଏ ଶବ ଦାହ ପାଇଁ ଆଣି ଶବ ଦାହ ନ କରି ଫୋପାଡ଼ି ଦେଇଥିବା ମଧ୍ୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଏବଂ ଆଖପାଖ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନାପ୍ରକାର ମତ ପ୍ରକାଶ ପାଇବାରେ ଲାଗିଛି। ଶବ ଟି ୨ ରୁ ୩ଦିନ ହେବ ପଡିଥବାବେଳେ କେହି ବି ଏହାର ସନ୍ଧାନ ନ ପାଇଥିବା କି ସ୍ଥାନୀୟ ଲୋକେ ସୂଚନା ଦେଇନଥିବା ବେଳେ ଏବେ ଶବ ରଦୁର୍ଘନ୍ଧ ଯୋଗୁଁ ଏହି ଅଜଣା ଶବ ର ଘଟଣା ଲୋକଲୋଚନକୁ ଆସିଛି। ସେପଟେ ପୋଲିସ ପ୍ରଶାସନ କି ପୌରପାଳିକାର ମଧ୍ୟ ନଜର କୁ ଆସିନଥିବା ସୂଚନା ରହିଛି। ଯାହା ଚିନ୍ତାର ବିଷୟ। ତେବେ କିଏ ଏହି ବ୍ୟକ୍ତି କେଉଁଠିକାର ତାହା ଏ ପ୍ରଯନ୍ତ ରହସ୍ୟମୟ ହୋଇ ରହିଛି।
Comments are closed, but trackbacks and pingbacks are open.