ଭୁବନେଶ୍ୱର,(ବି.ବି.ବୁ୍ୟରୋ):କୋଣାର୍କ ସିମେଣ୍ଟର ବ୍ରାଣ୍ଡ ମନ୍ତ୍ର ‘ଖୁସିଓ କି ବୁନିୟାଦ୍’ କୁ ଦୋହରାଇ ଦେଶର ଅନ୍ୟତମ ଅଗ୍ରଣୀ ସିମେଣ୍ଟ କମ୍ପାନି ଡାଲ୍ମିଆ ସିମେଣ୍ଟ(ଭାରତ) ଲିମିଟେଡ୍ ଐତିହାସିକ ବାଲିଯାତ୍ରାକୁ ଓଡ଼ିଶାବାସୀଙ୍କ ସହ ପାଳନ କରୁଛି । କଟକରେ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ବାଲିଯାତ୍ରାରେ ଯୋଗ ଦେଇଛି ଡାଲମିଆ, ଡିଏସ୍ପିି ଏବଂ କୋଣାର୍କ ସିମେଣ୍ଟ ନିର୍ମାତା ଡାଲ୍ମିଆ ସିମେଣ୍ଟ(ଭାରତ) ଲିମିଟେଡ । ଏହି ପରିପ୍ରେକ୍ଷୀରେ କମ୍ପାନି ପକ୍ଷରୁ ଖୋଲିଥିବା ଷ୍ଟଲକୁ ଉଦ୍ଘାଟନ କରିଛନ୍ତି କମ୍ପାନିର ଜୋନାଲ ସେଲ୍ସ ମ୍ୟାନେଜର(ଓଡ଼ିଶା ଓ ପଶ୍ଚିମବଙ୍ଗ) ସୁର୍ଜାୟନ ମୁଖାର୍ଜୀ, ଡେପୁଟି କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ତଥା ପ୍ଲାଣ୍ଟ ମୁଖ୍ୟ(କେସିଏମ୍ଡବ୍ଲୁ୍ୟ ଓ ବିସିଡବ୍ଲୁ୍ୟ) ମନୋରଞ୍ଜନ ସାହୁ । ଏହି ଅବସରରେ କମ୍ପାନି ପକ୍ଷରୁ ଦୁଇ ଜଣ ଯୁବ ବ୍ୟକ୍ତିତ୍ୱ ରାକେଶ ଶତପଥୀ ଏବଂ ଅଭିପ୍ସା ମିଶ୍ରଙ୍କୁ ସମ୍ମାନିତ କରାଯାଇଛି, ଯେଉଁମାନେ ଖୁସିଓ କି ବୁନିୟାଦ ଆପାରରେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇଛନ୍ତି । ଏଥିରେ ଅର୍ଫାନ ଚିଲ୍ଡ୍ରେନ ଅଫ୍ ନେସନ ଚାଇଲ୍ଡ କେୟାର ଇନ୍ଷ୍ଟିଚୁ୍ୟସନ ଅଂଶଗ୍ରହଣ କରିଥିଲା ।
ସମାଜରେ ଖୁସି ବାଣ୍ଟିବା ତଥା ବଢ଼ାଇବା ପାଇଁ ଏ ବର୍ଷର କୋଣାର୍କ ଖୁସିଓଁ କି ବୁନିୟାଦ ବ୍ରାଣ୍ଡ ଷ୍ଟଲ ବାଲିଯାତ୍ରା ପଡ଼ିଆରେ ଖୋଲିଛି । ଏହି ଅବସରରେ ଖୁସିଓଁ କି ବୁନିୟାଦ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଅର୍ଫାନେଜ୍ ନେସନ୍ର ପିଲାମାନେ ଭାଗ ନେଇଥିଲେ । ବାଲିଯାତ୍ରା ପରିପ୍ରେକ୍ଷୀରେ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାକୁ ଏହା ଆମର ସମ୍ମାନ ବୋଲି କହିଛନ୍ତି କମ୍ପାନିର ବିକ୍ରି ଏବଂ ବିପଣନ ବିଭାଗ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ(ପୂର୍ବ) ଇନ୍ଦ୍ରଜିତ ଚାଟାର୍ଜୀ ।


Comments are closed, but trackbacks and pingbacks are open.