ଭୁବନେଶ୍ବର : ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶାର ୧୦୦ରୁ ଅଧିକ ସଫଳ କ୍ରୀଡ଼ାବିତ୍, ସାହସିକତା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ଜଣଙ୍କୁ ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀର ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଏସବୁ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି ।ଆଜି ହେଉଛି ନ୍ୟାସନାଲ ସ୍ପୋର୍ଟସ୍ ଡେ । ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ରାଜ୍ୟର ୧୦୦ରୁ ଅଧିକ ଖେଳାଳୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀରେ ଜୟଦେବ ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ କ୍ରୀଡ଼ା, ସାହସିକତା ଓ ସମାଜସେବା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି । ପାରା ବ୍ୟାଡ୍ମିଣ୍ଟନ ଓ୍ବାର୍ଲଡ୍ ଚାମ୍ପିଅନ ପ୍ରମୋଦ ଭଗତ, ଆଥଲେଟ୍ ଦୁତୀ ଚାନ୍ଦ, ଭକ୍ତରାମ ଦେସ୍ତି, ବବ୍ଲୁ ମୁଣ୍ଡା, ଝିଲି ଦଳବେହେରା, ସ୍ନେହା ସୋରେନ୍ଙ୍କ ଭଳି କ୍ରୀଡ଼ାବିତ୍ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି । ସେହିଭଳି ସାହସିକତା ପାଇଁ ଅନୁଗୋଳର କୁନିଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଛୋଟ ଝିଅଟି ତା’ର ସାଙ୍ଗକୁ ନଦୀରେ ବୁଡ଼ିଯାଉଥିବା ବେଳେ ଉଦ୍ଧାର କରି ନିଜ ସାହସିକତାର ପ୍ରମାଣ ଦେଇଥିଲା । ସେହିଭଳି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକର ରାଧାକାନ୍ତ ତ୍ରିପାଠୀ, ପୁରୀର ବଦ୍ରୀ ମିଶ୍ର, ନୂଆପଡ଼ାର ମହେନ୍ଦ୍ର ଯୋଶୀ, କୋରାପୁଟର କାମାକ୍ଷା ମାଝୀ, ବଲାଙ୍ଗିରର ରାମ ଦାସ, କେନ୍ଦୁଝରର ଅବଦୁଲ ଖାନ୍ଙ୍କୁ ସମ୍ମାନିତ କରାଯାଇଥିଲା । ବିଶ୍ବସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ତା’ର ସ୍ବତନ୍ତ ପରିଚୟ ସୃଷ୍ଟି କରିପାରିଛି । ସେହିଭଳି ବିଶ୍ବ ମାନଚିତ୍ରରେ ଭୁବନେଶ୍ବର ଏକ ସ୍ପୋର୍ଟସ୍ କ୍ୟାପିଟାଲର ମାନ୍ୟତା ହାସଲ କରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଏଥି ସହ ରାଜ୍ୟର କୃତୀ ଖେଳାଳୀଙ୍କୁ କ୍ରୀଡ଼ା ଦିବସର ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ସ୍ପୋର୍ଟସ ସ୍କୁଲର ବ୍ୟବସ୍ଥା କରାଯିବ ବୋଲି କହିଥିଲେ କ୍ରୀଡ଼ାମନ୍ତ୍ରୀ ।୨୦୦୧-୦୨ରୁ ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ଖେଳାଳୀମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନୀତ କରାଯାଉଛି ।
Comments are closed, but trackbacks and pingbacks are open.