ତିହିଡି, (ବି.ବି.ନୁ୍ୟଜ): ଦୀର୍ଘ ୮ ମାସ ବନ୍ଦ ରହିଥିଲା ବାବା ଆଖଣ୍ଡଳମଣି ମନ୍ଦିର । କୋଭିଡ କଟକଣା ପାଇଁ ଓଡ଼ିଶାର ସମସ୍ତ ଦେବାଦେବୀଙ୍କ ପୀଠ ଭଳି ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣି ମନ୍ଦିରରେ କବାଟ ପଡ଼ିଯାଇଥିଲା । ସାରା ରାଜ୍ୟରେ ଭକ୍ତମାନଙ୍କ ଦାବି ପରେ ରାଜ୍ୟ ସରକାର ମଠ ମନ୍ଦିର ଗୁଡିକ ଖୋଲିବାକୁ ଯାଉଛନ୍ତି । ଏହି ନ୍ୟାୟରେ ଡିସେମ୍ବର ୨୮ ତାରିଖ ସୂର୍ଯ୍ୟଦୋୟ ବେଳକୁ ଆରଡିର ବାବା ଆଖଣ୍ଡଳମଣି ପୀଠର ପହଡ ଖୋଲିବ । ଡିସେମ୍ବର ୨୮ ଓ ୨୯ ଦୁଇଦିନ ଧରି ବାବାମଣିଙ୍କୁ ପୂଜା କରୁଥିବା ସେବାୟତଙ୍କ ପରିବାର ଦର୍ଶନ କରିବାକୁ ବ୍ୟବସ୍ଥା ହୋଇଛି । ପରେ ୩୦ ଓ ୩୧ ତାରିଖ ୨ ଦିନ ଧରି ଆଖଣ୍ଡଳମଣି ମନ୍ଦିର ପାଶ୍ୱର୍ରେ ଥିବା ସ୍ଥାନୀୟ ବାସିନ୍ଦା ଯଥା ନାନ୍ଦପୁର, ଆରଡି, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ ଲୋକଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ । ୨୦୨୧ ଜାନୁଆରୀ ୧ ଓ ୨ ତାରିଖ ଦୁଇଦିନ ଧରି ମନ୍ଦିର ବନ୍ଦ ରହୁଥିବା ବେଳେ ଜାନୁଆରୀ ୩ ତାରିଖ ଠାରୁ ପୂର୍ବଭଳି ସର୍ବସାଧାରଣଙ୍କୁ ଆଖଣ୍ଡଳମଣି ପୀଠରେ ଦର୍ଶନ ଓ ଘର୍ଷଣ କରିବାର ସୁବିଧା ମିଳିବ । କାରଣ ଦୀର୍ଘ ଆଠ ନଅ ମାସ ହେଲା ବାବାମଣିଙ୍କ ଧଣ୍ଡା ବେଲପତ୍ର ଓ ଘର୍ଷଣ ଟିକେ ପାଇବାକୁ ଭକ୍ତ ବ୍ୟାକୁଳ ହେଲେଣି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ସୁରକ୍ଷା ଓ ବନେ୍ଦାବସ୍ତ ସହ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି ।
Comments are closed, but trackbacks and pingbacks are open.