ଖୋଲିଲା କୋଭିଡ୍ କିୟୋସ୍କ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): କୋଭିଡ୍ ପାଇଁ ଆବଶ୍ୟକ ଯାବତୀୟ ସାଗ୍ରମୀ ଏଥର କୋଭିଡ୍ କିୟୋସ୍କରେ ମିଳିବ । ଓରମାସର ତତ୍ତ୍ୱାବୋଧାନରେ ନବରଙ୍ଗପୁର କୃଷକ କମ୍ପାନୀ ଓ ତ୍ରିନାଥ ଫେଡରେସନ୍ ପକ୍ଷରୁ କୋଭିଡ୍ କିୟୋସ୍କ ଖୋଲାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ, ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଯୋଗଦେଇ କୋଭିଡ୍ କିୟୋସ୍କ ଉଦ୍ଘାଟନ କରିଛନ୍ତି । ଏଠାରେ ମାସ୍କ, ଫେସ୍ ମାସ୍କ୍, ଭେବରାଇଜ୍ର, କାଢା, ମହୁ, ଫିନାଏଲ, ସାନିଟାଇଜର, ସାନିଟାରୀ ନେପକିନ୍ , ଫୋଗ୍ ମେସିନ୍ ଏଭଳି ୧୦ ଦିନ ସାମଗ୍ରୀ ସୁଲଭ ଦରର ଜନସାଧାରଣଙ୍କୁ ମିଳିବ । ଏହି କାର୍ଯ୍ୟକ୍ରମକୁ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ଉମାମହେଶ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons