ଜଗତସିଂହପୁର : ଯୁବକଙ୍କ ମୃତଦେହ ଉଦ୍ଧାର । ବରଗଛ ମୂଳରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଖାନାନାଡୀ ଗାଁର ଦିଜ୍ୱବର ଦାସଙ୍କ ପୁଅ ସରୁଆ ଦାସ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟା ସମୟରୁ ନିଖୋଜ ଥିଲେ ଦିଜ୍ୱବର । ବହୁ ଖୋଜଖାଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳ ସମୟରେ ତିର୍ତ୍ତୋଲ ନାଲିବର ଖାନାବାଡି ଗାଁ ନିକଟସ୍ଥ ଗଛ ମୂଳରୁ ମିଳିଲା ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମୃତଦେହର ଖବର ପାଇ ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ହେଲେ ବର୍ତ୍ତମାନ ପର୍ୟ୍ୟନ୍ତ ମୃତ୍ୟୁ କାରଣ ଜଣାପଡିନାହିଁ । ଘଟଣାରେ ଅଧିକ ତଦନ୍ତ ହେଲା ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।
Comments are closed, but trackbacks and pingbacks are open.