ଗଛରେ ଆଙ୍କିଲେ ପ୍ରଧାନମନ୍ତ୍ରୀଙ୍କ ଚିତ୍ର

Get real time updates directly on you device, subscribe now.

ବେତନଟୀ,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଦହିକୋଟୀ ପଞ୍ଚାୟତ ଆଗଡା ଗ୍ରାମର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା ପରିବେଶ ସୁରକ୍ଷା ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଗଛରେ ଆଙ୍କିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି । ଯାହାକୁନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଘଟଣା ଭାଇରାଲ ହେବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆ ଫେସବୁକ ପେଜ୍ରେ ସମରେନ୍ଦ୍ରଙ୍କୁ ସାଧୁବାଦ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ବ୍ୟାପକ ପରିବେଶ ସଚେତନତା ନିମନ୍ତେ ସମରେନ୍ଦ୍ର ବିଭିନ୍ନ ଗଛରେ ଅନେକ ମହାପୁରୁଷଙ୍କ ପ୍ରତିଛବି ଆଙ୍କି ବେଶ୍ ଚର୍ଚ୍ଚିତ ହେବାସହିତ ପ୍ରଶଂସାର ପାତ୍ର ହୋଇପାରିଥିଲେ । ତେବେ ସବୁବେଳେ କିଛି ଗଠନମୂଳକ କାର୍ଯ୍ୟ କରିବାର ନିଶା ତାଙ୍କୁ ଏନେଇ ପ୍ରେରଣା ଯୋଗାଇ ଆସୁଛି । ବେତନଟୀ ଥାନା ସୀମାନ୍ତ ପିଠାବଟା ରେଞ୍ଜ କାଳିଆଖାଳ ନିକଟରେ ସମରେନ୍ଦ୍ର ଏହି କଳାକୃତି ଆଙ୍କିଥିଲେ । ସବୁଠାରୁ ବଡକଥା ହେଉଛି ଏହି କଳାକୃତି ଆଙ୍କିବାରେ ଗଛକୁ କୈାଣସି କ୍ଷତି ପହଞ୍ଚୁନାହିଁ । ସମରେନ୍ଦ୍ର ମୁଦ୍ରଣକଳାରେ ସ୍ନାତ୍ତକତ୍ତୋର ଶିକ୍ଷାଲାଭ କରି ଏକ ଘରୋଇ କଲେଜରେ ଅଧ୍ୟାପନା କରୁଥିବାବେଳେ କଳା, ସଂସ୍କୃତିର ମାଟି ଭଞ୍ଜଭୂମିରେ ଏହାର ପ୍ରଚାର ପ୍ରସାର ସହିତ ଅଧିକ ଲୋକାଭିମୁଖୀ କରିବାର ଇଚ୍ଛା ରହିଛି । ମାତ୍ର ପ୍ରୋସôାହନର ଅଭାବ ଏଥିରେ ଅନ୍ତରାୟ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons