ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଆନ୍ଧ୍ର ପୁଲିସ ଜାଲ୍ ନୋଟ୍ କାରବାର କରୁଥିବା ୬ଜଣଙ୍କୁ ସୋମବାର ଗିରଫ କିଛି । ଏମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ୩ ଜଣ ସାମଲି ଅଛନ୍ତି । ଗିରଫ ମାନେ ହେଲେ ଗଜପତି ଜିଲ୍ଲା ଗୁମ୍ମା ଖ୍ରୀଷ୍ଟିୟାନ୍ ସାହିର ସୁରେଶ ପାଣି(୪୪), ପାରଳାଖେମୁଣ୍ଡି କାମେଶ୍ୱର ନଗରର ସୁବାସ ଲିମ୍ମା(୬୨), ଗୋଷାଣି ବ୍ଲକ୍ ଉପଲଡାର ଏସ୍.ଭେଙ୍କଟରାମଣା ରାଓ(୫୮), ଆନ୍ଧ୍ରର ପଲାସା ନିକଟ ଉଦୟପୁରମ୍ର ଇଞ୍ଜା ବିଶ୍ୱନାଥମ(୩୯), ପୁରୁଷୋତପୁରମର ଜାନ୍ନା ସୁନୀଲ(୨୪) ଓ ଶୀବାଜୀ ନଗରର କେ.ଅମିତ ରେଡ୍ଡୀ (୩୬) । ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାଲ୍ନୋଟ୍ କାରବାର ଗ୍ୟାଙ୍ଗ୍ର ମାଷ୍ଟର୍ ମାଇଣ୍ଡ୍ ଗଜପତି ଜିଲ୍ଲାର ସନ୍ତୋଷ ଷଢ଼ଙ୍ଗୀ ଫେରାର ଥିବା ଶ୍ରୀକାକୁଲମ୍ ଏସ୍ପି ଆମ୍ମି ରେଡ୍ଡୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଆନ୍ଧ୍ର ପୁଲିସ ସୂଚନା ଅନୁସାରେ, କିଛି ମାସ ହେଲା ସନ୍ତୋଷ, ସୁରେଶ, ସୁବାସ ଓ ଭେଙ୍କଟରାମଣା ଜାଲ୍ ନୋଟ ଛାପି ଆନ୍ଧ୍ରର ଇଞ୍ଜା ବିଶ୍ୱନାଥମ, ଜାନ୍ନା ସୁନୀଲ ଏବଂ ଅମିତ ରେଡ୍ଡୀଙ୍କୁ ଯୋଗାଉଥିଲେ । ୧୦ ହଜାର ବଦଳରେ ୫୦ ହଜାର ଟଙ୍କାର ଜାଲ୍ ନୋଟ୍ ଡିଲ୍ ହେଉଥିଲା । ଜାଲ୍ନୋଟ୍କୁ ସେମାନେ ବିଭିନ୍ନ ବ୍ୟବସୟୀଙ୍କୁ ଦେଇ ବଦଳ କରାଇ ଲୋକଙ୍କୁ ଠକୁଥିଲେ । ଏ ନେଇ ଅଭିଯୋଗ ଆସିବା ପରେ ଶ୍ରୀକାକୁଲମ୍ ଏସ୍ପିଙ୍କ ନେତୃଥ୍ୱରେ ପୁଲିସ ଏହି ଗ୍ୟାଙ୍ଗ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ତେବେ ଏହି ଜାଲ୍ ନୋଟ୍ ଗ୍ୟାଙ୍ଗ୍ ଆନ୍ଧ୍ରର ପଲାସା ନିକଟସ୍ଥ ରେଗୁଲୁପାଡୁ ଠାରେ ଜଣେ ବ୍ୟବସାୟୀଙ୍କ ନିକଟରେ ଟଙ୍କା ବଦଳ କରୁଥିବା ବେଳେ ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା । ପୁଲିସ ସୁରେଶ ଠାରୁ ୧୦,୪୫୦ ଟଙ୍କାର ଜାଲ୍ନୋଟ୍ ଜବତ କରିଥିବା ବେଳେ ସୁବାଷ ଠାରୁ ୧୦ ହଜାର ଏବଂ ଭେଙ୍କଟରାମଣା ଠାରୁ ୧୦ହଜାର, ଇଞ୍ଜା ବିଶ୍ୱନାଥମ ଠାରୁ ୫୦ହଜାର, ଜାନ୍ନା ସୁନୀଲ ଠାରୁ ୫୦ହଜାର ଏବଂ ଅମିତ ରେଡ୍ଡୀ ଠାରୁ ୫୦ହଜାର ଏଭଳି ୧ ଲକ୍ଷ ୮୦ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି । ପଚରା ଉଚୁରା ସମୟରେ ଏମାନେ ଗତ କିଛି ମାସ ହେଲା ଜାଲ୍ନୋଟ୍ କାରବାର କରୁଥିବା ସ୍ୱୀକାର କରିଥିବା ଏସ୍ପି ସୂଚନା ଦେଇଛନ୍ତି । ପୁଲିସ ଏମାନଙ୍କ ନିଟରୁ ଗୋଟିଏ ସ୍କାନର ମେସିନ୍ ଓ ଗୋଟିଏ ପ୍ରିଣ୍ଟର ଜବତ କରିଛି । ତେବେ ଜାଲ୍ନୋଟ୍ କାରବାରର ମାଷ୍ଟର୍ ମାଇଣ୍ଡ୍ ସନ୍ତୋଷ ଷଢ଼ଙ୍ଗୀକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏମାନେ ଜାଣିଶୁଣି ୫୦, ୧୦୦ ଓ ୨ଶହ ଟଙ୍କିଆ ଜାଲ୍ନୋଟ୍ ଛାପୁଥିଲେ । ଏହାକୁ ଦେଇ ସେମାନେ ଯେକୌଣସି ଦୋକାନରୁ ଜିନିଷ କିଣିବା ସହ ବଳକା ଟଙ୍କା ଫେରସ୍ତ ନେଉଥିଲେ । ଫଳରେ ସେମାନେ ଜିନିଷ ପାଇବା ସହ ଆସଲି ଟଙ୍କା ମଧ୍ୟ ପାଉଥିଲେ । ଅନ୍ୟପକ୍ଷେ ଲୋକଙ୍କୁ ହଠାତ୍ ସନେ୍ଦହ ହେଉନଥିବା କହିଛନ୍ତି ।
Comments are closed, but trackbacks and pingbacks are open.