ଗଜପତି: ୭୦ ପଜିଟିଭ୍ ଚିହ୍ନଟ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲାରେ ବୁଧବାର ପୁଣି ୭୦ଜଣ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲାର ମୋଟ ପଜିଟିଭ୍ଙ୍କ ସଂଖ୍ୟା ୨,୧୧୧ରେ ପହଞ୍ଚôଛି । ଆଜି ଚିହ୍ନଟ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ କେବଳ ପାରଳାଖେମୁଣ୍ଡି ପୌରାଞ୍ଚଳରୁ ୩୫ ଜଣ, ରା.ଉଦୟଗିରି ବ୍ଲକ୍ରୁ ୧୦ଜଣ, ଗୁମ୍ମା ବ୍ଲକ୍ରୁ ୯ ଜଣ, ଗୋଷାଣି, କାଶୀନଗର ଏବଂ ନୂଆଗଡ଼ ବ୍ଲକ୍ରୁ ୫ଜଣ ଲେଖାଏଁ ଏବଂ ମୋହନା ବ୍ଲକ୍ରୁ ଜଣେ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ସେଭଳି ୫୦ ଜଣ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ ବେଳେ ଜଣାପଡ଼ିଥିବା ବେଳେ ୧୨ ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏବଂ ୮ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ସେ କହିଛନ୍ତି ।
ପାରଳାଖେମୁଣ୍ଡି ସହରର ବଡ଼ଦାଣ୍ଡ, ଯଶୋଦା ନଗର, ଦାମୋଦର ବିହାର, ଫ୍ରେଣ୍ଡସ୍ କଲୋନୀ, ବାଟଗେଡ଼ ସାହି, ଶ୍ରୀଧର ନଗର, ଜଙ୍ଗମ ସାହି, ଏର୍ଦଲୋ ସାହି, ଦେଓ ସାହି, ପାଡଲା ସାହି, ସେରି ସାହି, ସାନ ବ୍ରାହ୍ମଣ ସାହି, କଟିକା ସାହି, ସୁବାଷ ନଗର, ଗୋଷାଣି ବ୍ଲକ୍ର ଗୋଷାଣି, ଉପଲଡା, ପାଟିକଟା, ଗାରାବନ୍ଧ, ରା.ଉଦୟଗିରି ବ୍ଲକ୍ର କାକିଲି, ମହେନ୍ଦ୍ରଗଡ, ଫୁକା, ନୂଆଗଡ ବ୍ଲକର କରେଡାଙ୍ଗ, ସୁନ୍ଦରଡାଙ୍ଗ, ଲିଓବୋ, ମୋହନା ବ୍ଲକ୍ର ଜରଉ, କାଶୀନଗର ବ୍ଲକ୍ର ରାଣୀପେଣ୍ଠ, ଅଲଡା, କେ.ସୀତାପୁର, ଭାଲେରୀ, ଗୁମ୍ମା ବ୍ଲକ୍ର ଗୁମ୍ମା, ଉକାରସିଂ, ନାମନଗଡ଼ ଆଦି ବିଭିନ୍ନ ଅଞ୍ଚଳରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୬ଜଣ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ୱାରା ଚିହ୍ନଟ ହୋଇଥିବା ବଳେ ୧୪ ଜଣ ସ୍ୱାବ୍ ଟେଷ୍ଟ ମାଧ୍ୟମରେ ଚିହ୍ନଟ ହୋଇଛନ୍ତି । ୭ ଓ ୯ ତାରିଖ ଦିନ ପରୀକ୍ଷା ପାଇଁ ସ୍ବାବ୍ ସଂଗ୍ରହ କରାଯାଇଥିଲା । ଯାହାର ରିପୋର୍ଟ ଆସିବା ପରେ ସମସ୍ତ ୭୦ଜଣ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ କିମ୍ବା କେୟାର ସଂଟେରକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons