ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୭ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର । ଗତ କିଛି ଦିନ ତଳେ ସେ ସୁରଟରୁ ଫେରିଥିଲେ । ଏବଂ ତାଙ୍କ ବୟସ ୧୮ବର୍ଷୀୟ ପୁରୁଷ ବୋଲି ଜଣାପଡିଛି। ତାଙ୍କ ସ୍ୱାବ ଟେଷ୍ଟ ରିପୋର୍ଟରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଯାହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ସୁରଟ ଫରେନ୍ତା ଓ ଅନ୍ୟ ୨ଜଣ ତାମିଲନାଡୁ ଫେରନ୍ତା ବୋଲି ସୂଚନା ରହିଛି ।
Comments are closed, but trackbacks and pingbacks are open.