ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି ୨୬୦ ପଜିଟିଭ୍ । ଏଯାବତ୍ ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୧୩,୫୭୫ ହୋଇଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ୨୬୦ଜଣଙ୍କ ମଧ୍ୟରେ ୨୨ଜଣ କରୋନା ଯୋଦ୍ଧା ରହିଛନ୍ତି । ଜିଲ୍ଲାରେ ବୁଧବାର ୩୮୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁସ୍ଥ ସଂଖ୍ୟା ୧୧୧୫୯ ହୋଇଥିବା ବେଳେ ୨୨୭୨ଜଣ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲା ପ୍ରଶାସନରୁ ମିଳିଥିବା ସୂଚନା ପ୍ରକାରେ ଜିଲ୍ଲାରେ ୮୨.୨୦ ପ୍ରତିଶତ ସୁସ୍ଥହାର ରହିଥିବା ବେଳେ ୧.୦୬ ପ୍ରତିଶତଙ୍କ ମୃତୁ୍ୟ ହୋଇଛି ଏବଂ ୧୬.୭୪ ପ୍ରତିଶତ ଚିକିତ୍ସାଧୀନ ରହିଛନ୍ତି । ସେମାନେ ଆସିକା, ବେଲଗୁଣ୍ଠା, ବ୍ରହ୍ମପୁର ମହାନଗର, ଛତ୍ରପୁର, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଓ ସୋରଡ଼ା ବ୍ଲକ୍ରୁ ରହିଛନ୍ତି । ସେପଟେ ଜିଲ୍ଲାରେ ଆଉ ୪ଜଣଙ୍କ ମୃତୁ୍ୟ ହୋଇଛି । ଏବେ ଜିଲ୍ଲାରେ ମୃତୁ୍ୟ ସଂଖ୍ୟା ୧୫୨ରେ ପହଞ୍ଚିଛି । ସପ୍ତାହେ ହେଲା ଜିଲ୍ଲାରେ ସଂକ୍ରମିତ ୨ଶହ ଉପରକୁ ରହୁଛନ୍ତି । ତେବେ କରୋନା ନିୟନ୍ତ୍ରଣ ପାଇଁ ଆହୁରି କେତେ ଦିନ ଲାଗିବ ସବୁ ଆଶଙ୍କାରେ ରହିଛନ୍ତି । ସବୁଦିନ ଦୁଇଶହ ଉପରକୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ବି ଜିଲ୍ଲାରେ ସଂକ୍ରମଣ ଆଶଙ୍କା ଦୂର ହୋଇନାହିଁ । ଜିଲ୍ଲାରେ ଭଞ୍ଜନଗର ବ୍ଲକ୍ରେ ସର୍ବାଧିକ ୨୯ଜଣ ଚିହ୍ନଟ ହୋଇଥିବା ବେଳେ ଆସିକାରୁ ୪ଜଣ, ବେଲଗୁଣ୍ଠାରୁ ୭ଜଣ, ଛତ୍ରପୁର ବ୍ଲକ୍ରେ ୨୩ଜଣ, ଚିକିଟିରେ ୧୮ଜଣ, ରଙ୍ଗେଇଲୁଣ୍ଡାରେ ୨୬ଜଣ, ବୁଗୁଡ଼ାରେ ୧୩ଜଣ ଏଭଳି ଭାବେ ୨୬୦ଜଣ ଆକ୍ରାନ୍ତ ହୋଇଛନ୍ତି । ବ୍ରହ୍ମପୁର ମହାନଗର ନିଗମରେ ୪୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ସୂତ୍ରରୁ ପ୍ରକାଶ । ଜିଲ୍ଲାରେ ଆଉ ଚାରି ଜଣ କରୋନା ପଜିଟିଭ୍ଙ୍କ ମୃତୁ୍ୟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଲେଖାଏଁ ମହିଳା ଓ ପୁରୁଷ ରହିଛନ୍ତି । ଜଣେ ୭୪ବର୍ଷ ବୟସର ମହିଳାଙ୍କ ମୃତୁ୍ୟ ହୋଇଛି । ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ଦିଆଯାଇନାହିଁ । ଆଉ ଜଣେ ୪୮ବର୍ଷ ବୟସର ମହିଳାଙ୍କ ମୃତୁ୍ୟ ହୋଇଛି । ସେ ଡାଇବେଟିସ୍ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ । ଜଣେ ୫୭ବର୍ଷ ବୟସର ଦୁଇଜଣ ବୃଦ୍ଧଙ୍କ ମଧ୍ୟ କରୋନାରେ ମୃତୁ୍ୟ ହୋଇଛି । ଜଣେ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ୍ନି ରୋଗରେ ଆକ୍ରାନ୍ତ ଥିଲେ । ଅଗଷ୍ଟ ମାସରେ ଏଯାବତ୍ ୨୯୦୩ଜଣ ଜଣ ସଂକ୍ରମିତ ଠାବ ହୋଇଥିବା ବେଳେ ୪୭ ଜଣଙ୍କ ଜୀବନ ଗଲାଣି । ସେହିପରି ୩୬୭୮ଜଣ ସୁସ୍ଥ ହେଲେଣି ।


Comments are closed, but trackbacks and pingbacks are open.