ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୫

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଲଗାତର ଉଦ୍ବେଗଜନକ ରହିଛି । ରବିବାର ସକାଳେ ୨୯ ଓ ସନ୍ଧ୍ୟାରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ଶହେ ଟପିଛି । ରବିବାର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ମୋଟ ପଜିଟିଭ୍ ସଂଖ୍ୟା ୧୨୫ ହୋଇଛି । ରାଜ୍ୟର କୌଣସି ଜିଲ୍ଲାରେ ଏହା ହେଉଛି ସର୍ବାଧିକ ସଂକ୍ରମିତ ସଂଖ୍ୟା । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରୁ ଏହା ହେଉଛି ଏକ ତୃତୀୟାଂଶ । ଅପରପକ୍ଷରେ ରାଜ୍ୟର ତୃତୀୟ କରୋନା ମୃତୁ୍ୟ ଗଞ୍ଜାମ ଜିଲ୍ଲା ପୋଲସରାରେ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିଛି । ଜିଲ୍ଲାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଜଣଙ୍କର ମୃତୁ୍ୟ ପରିସ୍ଥିତିକୁ ଅଧିକ ସଙ୍ଗୀନ କରିଦେଇଛି ।
ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରମାନଙ୍କରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଣୁ କ୍ୱାରେଣ୍ଟାଇନ୍ରେ ରହୁଥିବା ସନ୍ଦିଗ୍ଧ ତଥା ଅସୁସ୍ଥମାନଙ୍କ ସ୍ୱାବ୍ କିପରି ଅଧିକରୁ ଅଧିକ ପରୀକ୍ଷା ହୋଇପାରିବ ସେ ନେଇ ଉଦ୍ୟମ ଜାରି ରଖିଛି ଜିଲ୍ଲା ପ୍ରଶାସନ । ଏମ୍କେସିଜି ମେଡିକାଲ କଲେଜରେ ଦ୍ୱିତୀୟ କୋଭିଡ୍ ଟେଷ୍ଟିଂ ମେସିନ୍ ରବିବାର କାର୍ଯ୍ୟକ୍ଷମ ହୋଇଛି । ଏଣିକି ଥରକେ ଦୁଇଟି ମେସିନ୍ରେ ୨୫୬ ସ୍ୱାବ୍ ପରୀକ୍ଷା ହୋଇପାରିବ । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ୍ୟଏଚ୍ଓ), ଆର୍ଏମ୍ଆର୍ସି ଏବଂ ଆଇସିଏମ୍ଆର୍ ୭ ଜଣ ସଦସ୍ୟ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର ସମେତ ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି । ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକଙ୍କ ନେତୃତ୍ୱରେ ଏହି ଟିମ୍ ପ୍ରଥମେ ଛତ୍ରପୁରକୁ ଯାଇ ସେଠାକାର ୧୨ଟି କ୍ୱାରେଣ୍ଟାଇନ୍ ସେଣ୍ଟର୍ ସ୍ଥିତି ବାହାରୁ ଦେଖିଥିଲେ । ପରେ ଉକ୍ତ ଟିମ୍ ବ୍ରହ୍ମପୁର ଆସି ବଡ଼ ଡାକ୍ତରଖାନା ଯାଇଥିଲେ । ସେଠାରେ ବରିÂ ଡାକ୍ତରମାନଙ୍କ ସହ ଆଲୋଚନା କରି କୋଭିଡ୍ ରୋଗୀଙ୍କ ସ୍ଥିତି ଓ ସେମାନଙ୍କ ଚିକିତ୍ସା ବାବଦରେ ବୁଝିଥିଲେ । ଲକ୍ଷଣ ନଥିବା ରୋଗୀ ଏବଂ ଲକ୍ଷଣ ଥିବା ରୋଗୀଙ୍କୁ କିପରି ଚିକିତ୍ସା କରାଯାଉଛି ପଚାରି ବୁଝିଥିଲେ । ସେହିପରି କୋଭିଡ୍ ଟେଷ୍ଟ କିପରି କରାଯାଉଛି ସେ ନେଇ ମଧ୍ୟ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ସନ୍ଦିଗ୍ଧଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଆଗାମୀ ଦିନରେ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏ ବାବଦ ରିପୋର୍ଟକୁ ଉକ୍ତ ଟିମ୍ ରାଜ୍ୟ ସରକାରଙ୍କୁ ଦେବ । ଏହି ଟିମ୍ ଆହୁରି ଦୁଇ ଦିନ ଏଠାରେ ରହିବ ବୋଲି ଜଣାପଡ଼ିଛି । ସନ୍ଧ୍ୟାରେ ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ ବୈଠକ ବସିଛି । ସେହିପରି ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ କରୋନା ପ୍ରବଣ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ବ୍ରହ୍ମପୁର ଡିଆଇଜି ଅଫିସ୍ରେ ଡିଆଇଜି, ବ୍ରହ୍ମପୁର ଓ ଗଞ୍ଜାମ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଗିରିସୋଲା ଅନ୍ତଃରାଜ୍ୟ ବର୍ଡର୍ ଚେକ୍ ପଏଣ୍ଟ୍, ପାତିସୁନାପୁର ସାମୁଦ୍ରିକ ଥାନା ବୁଲି ଦେଖିଛନ୍ତି ।
ଅନ୍ୟପଟେ ବ୍ରହ୍ମପୁର ହରଡ଼ାଖଣ୍ଡି ଛକ ନିକଟ ରାଧାକୃଷ୍ଣ ଆଶ୍ରମର ୬ ଜଣ ସାଧୁ ଏବଂ ଲକ୍ଷ୍ମୀନୃସିଂହ ସାହିର ଜଣେ ମହିଳାଙ୍କ ମଧ୍ୟ ସ୍ୱାବ୍ ଟେଷ୍ଟ୍ ପାଇଁ ରବିବାର ନିଆଯାଇଛି । ସେମାନଙ୍କ ରିପୋର୍ଟକୁ ଏବେ ଅପେକ୍ଷା କରିଛନ୍ତି ସାହି ବାସିନ୍ଦା । ପୂର୍ବରୁ ଉକ୍ତ ଆଶ୍ରମରେ ଦୁଇ ଜଣ ସୁରଟ ଫେରନ୍ତା ଆସି ରହିଥିଲେ । ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍ ହୋମ୍କୁ ନିଆଯାଇଥିଲା । ତେବେ ସୁରଟ ଫେରନ୍ତା ଏହି ଆଶ୍ରମରେ ରହୁଥିବାରୁ ୬ ଜଣ ସାଧୁ ସେମାନଙ୍କ ସଂସ୍ପର୍ଶରେ ଆସି ଥାଇପାରନ୍ତି ବୋଲି ସନେ୍ଦହ କରି ସ୍ଥାନୀୟ କିଛି ବାସିନ୍ଦା ଅଭିଯୋଗ କରିବା ପରେ ସେମାନଙ୍କୁ ରବିବାର ପରୀକ୍ଷା ପାଇଁ ନିଆଯାଇଛି । ଗୋଟିଏ ପଟେ କେବଳ ସୁରଟ ଫେରନ୍ତାଙ୍କ କରୋନା ପଜିଟିଭ୍ ଆସୁଥିବା ବେଳେ ଅନ୍ୟପଟେ ରବିବାର ଏକ ଟ୍ରେନ୍ ସୁରଟରୁ ଜଗନ୍ନାଥପୁର ଷ୍ଟେସନ୍ରେ ପହଞ୍ଚିଛି । ସେଥିରେ ୧୨ ଶହ ଜଣ ଯାତ୍ରୀ ଥିବା ବେଳେ ୧୧୭୨ ଜଣ ଗଞ୍ଜାମ ଜିଲ୍ଲାର । ସେହିପରି ରବିବାର ବାହାରିଥିବା ଆଉ ୩ଟି ଟ୍ରେନ୍ ସୋମବାର ଜଗନ୍ନାଥପୁର ଷ୍ଟେସନ୍ରେ ପହଞ୍ଚିବ । ସେଥିରେ କେବଳ ଗଞ୍ଜାମର ୩୧୫୯ ଜଣ ଯାତ୍ରୀ ରହିଥିବା ଜଣାପଡିଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ଆଉ ୪ଟି କୋଭିଡ୍ କେୟାର୍ ସେଣ୍ଟର୍ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ବ୍ରହ୍ମପୁରସ୍ଥିତ ସରକାରୀ ହୋମିଓପାଥିକ୍ କଲେଜରେ ଏକ ସେଣ୍ଟର୍ ଥିଲା । ଏବେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନା ନୂଆ କୋଠା, ବ୍ରହ୍ମପୁର ଉପକଣ୍ଠ ପିଏମ୍ଇସି ହଷ୍ଟେଲ୍ କୋଠା, ଛତ୍ରପୁର ବିଜ୍ଞାନ କଲେଜ, ଭଞ୍ଜନଗର ସେକଣ୍ଡାରୀ ଟ୍ରେନିଂ ସ୍କୁଲ ଛାତ୍ରୀନିବାସ ଏବେ କୋଭିଡ୍ କେୟାର୍ ସେଣ୍ଟର୍ ଭାବେ କାର୍ଯ୍ୟ କରିବ ।
ଉଲ୍ଲେଖଯୋଗ୍ୟ ପୋଲସରା ବ୍ଲକ୍ ଢୁଙ୍କାପଡ଼ା ନୋଡାଲ୍ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଜଣେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ପ୍ରଫୁଲ୍ଲ ବେହେରା (୩୯)ଙ୍କ ଶୁକ୍ରବାର ଅପରାହ୍ଣରେ ମୃତୁ୍ୟ ଘଟିଥିଲା । ଖାଇ ବସିଥିବା ବେଳେ ତାଙ୍କ ଜୀବନ ଚାଲିଯାଇ ଥିଲା । ଏହି ସଙ୍ଗରୋଧ ଗୃହରେ ମୋଟ ୬୯ ଜଣ ସୁରଟ ଫେରନ୍ତା ବୁଧବାର ଆସି ରହିଥିଲେ । ସେ ହିଁ ଗଞ୍ଜାମ ଜିଲ୍ଲାରେ କରୋନା ମୃତକ ବୋଲି କୁହାଯାଉଛି । ପୂର୍ବରୁ ତାଙ୍କୁ ଜ୍ୱର ହେଉଥିଲା ଓ ପ୍ରଶାସନ ଦ୍ୱାରା ଚିକିତ୍ସା ମଧ୍ୟ କରାଯାଇଥିଲା । ମୃତୁ୍ୟ ପରେ ତାଙ୍କ ସ୍ୱାବ୍ ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons