ଗଞ୍ଜାମରେ କ୍ୱାରେଣ୍ଟାଇନ୍ରେ ଅଛନ୍ତି ୪୦ ହଜାର ଲୋକ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ୪୦ ହଜାର ଲୋକ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ପ୍ରବେଶ ପରେ ସ୍ଥିତି ସଂଗୀନ ହୋଇଛି । ଭିଡିଓ କନଫରେନ୍ସିଂରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ଆଲୋଚନା କରିବା ଅବସରରେ ଏହି ସୂଚନା ଦେଇଛନ୍ତି । ଗଞ୍ଜ୍ାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରେ ୨୯୮୩ ଟି କ୍ୱାରେଣ୍ଟାିନ୍ କେନ୍ଦ୍ର କରାଯାଇଛି । କ୍ୱାରେଣ୍ଟାଇନ୍ ସେଣ୍ଟର ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ଯେଭଳି କେହି ଖସି ନ ପଳାନ୍ତି , ସେଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେ ଆହୁରି କହିଛନ୍ତି, ଜିଲ୍ଲାରେ ଯେତେ ଲୋକଙ୍କର କରୋନା ପଜିଟିଭ୍ ବାହାରିଛି ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ତେଣୁ ଏତେ ଚିନ୍ତା କରିବାର କିଛି କାରଣ ନାହିଁ । କେବଳ ଲୋକଙ୍କୁ ସଜାଗ ରହିବାକୁ ପଡ଼ିବ । ଏହା ସହିତ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଯିବାକୁ ଲୋକଙ୍କୁ ପୁଣି ବାରଣ କରିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି , ଯିଏ କ୍ୱାରେଣ୍ଟାଇନ୍ କେନ୍ଦ୍ର ବୁଲିବାକୁ ଯିବ ତାଙ୍କୁ ଧରି ଦୂର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯିବ । ଜିଲ୍ଲାପାଳ କହିଛନ୍ତି , ପ୍ରବାସୀ ଫେରନ୍ତାଙ୍କ ପାଇଁ ଜିଲ୍ଲାରେ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଚସ୍ପତି କିଛି ପରାମର୍ଶ ଦେଇଛନ୍ତି । ସେ ଦିଗରେ ଆମେ ପଦକ୍ଷେପ ନେବୁ । ରାଜ୍ୟର ତୃତୀୟ କରୋନା ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଏ ନେଇ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ସେହି ବ୍ୟକ୍ତି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । ଅନ୍ୟ ଔଷଧ ସେବନ ଯୋଗୁଁ ତାଙ୍କ ଠାରେ କୌଣସି ଲକ୍ଷଣ ନଥିଲା । ଲକ୍ଷଣ ଦେଖାଗଲା ବେଳକୁ ଅବସ୍ଥା ନିୟନ୍ତ୍ରଣରେ ବାହାରକୁ ଚାଲିଯାଇଥିଲା ଓ ତାଙ୍କର ମୃତୁ୍ୟ ଘଟିଥିଲା । ଆମେ ଟେଷ୍ଟ କରିବା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ସୂଚନାଯୋଗ୍ୟ, ଗଞ୍ଜାମରେ ୧୧୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛି । ରାଜ୍ୟରେ ଏହା ସର୍ବାଧିକ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଛି । ଦୁଇ ଦିନ ତଳେ ତାଙ୍କର ମୃତୁ୍ୟ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons