ଗଞ୍ଜାମରେ ଦିନକରେ ୨୪ ପଜିଟିଭ୍

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ବିସ୍ଫୋରକ ସ୍ଥିତି । ରବିବାର ଜିଲ୍ଲାରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗୁରୁବାର ସନ୍ଧ୍ୟା ବେଳକୁ ସେହି ସଂଖ୍ୟା ୨୮ ରେ ପହଞ୍ଚିଲାଣି । ଦିନକରେ ଗୋଟିଏ ଜିଲ୍ଲାରେ ୨୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ ହେବା ଭଳି ରେକର୍ଡ କରିଛି ଗଞ୍ଜାମ । ମଙ୍ଗଳବାର ଓ ବୁଧବାର ଗୋଟିଏ ଲେଖାଏଁ ଚିହ୍ନଟ ହୋଇଥିଲେ । ବୁଧବାର ସକାଳେ ୧୭ଟି ଓ ସନ୍ଧ୍ୟାରେ ଆଉ ୭ଟି ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାଯାଇଛି । ସେମାନେ ସମସ୍ତେ ସୁରଟ ଫେରନ୍ତା ଓ କ୍ୱାରେଣ୍ଟାଇନ୍ ସେଣ୍ଟର୍ରେ ରହୁଥିଲେ । ଏହାପରେ ରାଜ୍ୟ ସରକାର ଗଞ୍ଜାମକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି । ଏ ନେଇ ପ୍ରଶାସନ ଏବଂ ପୁଲିସର ଚିନ୍ତା ମଧ୍ୟ ବଢିÿଯାଇଛି । ଏକସଙ୍ଗରେ ୨୪ଟି ପଜିଟିଭ୍ ଚିହ୍ନଟ ପରେ ସମସ୍ତ ସଙ୍ଗରୋଧ କେନ୍ଦ୍ର ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି । ଜିଲ୍ଲା ପାଇଁ ନୋଡାଲ୍ ଅଫିସର୍ ଥିବା ବରିÂ ଆଇଏଏସ୍ ଜି.ମାଥିଭାତନନ୍ ଓ ବରିÂ ଆଇପିଏସ୍ ତଥା ଏଡିଜିପି ଏସ୍.କେ.ପ୍ରିୟଦର୍ଶୀ ସ୍ଥିତି ସମୀକ୍ଷା କରିଛନ୍ତି । ସେପଟେ ହାଇକୋର୍ଟଙ୍କ ନିଦେ୍ର୍ଧଶକୁ ନଜରରେ ରଖି ଶୁକ୍ରବାର ସୁରଟରୁ ଆସିବାକୁ ଥିବା ଟ୍ରେନ୍କୁ ବାତିଲ କରି ଦିଆଯାଇଥିବା ସୂଚନା ମିଳିଛି ।
ଏଯାବତ୍ ଜିଲ୍ଲାରେ ଚିହ୍ନଟ ମୋଟ ୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଓ ୫୦ ବର୍ଷ ବୟସର ଜଣେ ଲେଖାଏଁ ରହିଛନ୍ତି । ଜଣେ ମହିଳା ମଧ୍ୟ ଅଛନ୍ତି । ଅନ୍ୟ ଆକ୍ରାନ୍ତଙ୍କ ବୟସ ୧୭ରୁ ୪୦ ବର୍ଷ ମଧ୍ୟରେ ରହିଛି । ୨୮ ଜଣଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ରୋଗୀଙ୍କୁ ସାମାନ୍ୟ କାଶ ଏବଂ ଜ୍ୱର ରହିଥିବା ବେଳେ ଅନ୍ୟ କୌଣସି ଆକ୍ରାନ୍ତଙ୍କ ଶରୀରରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ନଥିବା ସୂଚନା ଦେଇଛନ୍ତି କୋଭିଡ୍- ୧୯ ହସ୍ପିଟାଲ୍ ମୁଖ୍ୟ ଡାକ୍ତର ଉମାଶଙ୍କର ମିଶ୍ର । ସମସ୍ତ ରୋଗୀଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍-୧୯ ହସ୍ପିଟାଲ୍ରେ ଉପଯୁକ୍ତ ଚିକିତ୍ସା କରାଯାଉଥିବା ସେ କହିଛନ୍ତି । ସେମାନଙ୍କର ଯେପରି କୌଣସି ମାନସିକ ସ୍ଥିତି ନ ବିଗିଡେ଼ ସେ ନେଇ ସେଠାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନେ ସଚେତନ ଅଛନ୍ତି । ରୋଗୀମାନଙ୍କ ଠାରୁ ଦୂରରେ ରହି କଥାବାର୍ତ୍ତା ହେଉଛନ୍ତି ଏବଂ ଚିକିତ୍ସା ଜାରି ରଖିଛନ୍ତି । ଆବଶ୍ୟକସ୍ଥଳେ ପରିବାର ଲୋକଙ୍କ ସହ ମୋବାଇଲ୍ ଯୋଗେ ମଧ୍ୟ କଥା ହେଉଥିବା ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲାକୁ ସବୁଠାରୁ ଅଧିକ ସୁରଟ ଫେରନ୍ତା ଆସିଛନ୍ତି । ସେମାନେ ରହୁଥିବା କ୍ୱାରେଣ୍ଟାଇନ୍ ହୋମ୍ରେ ହିଁ ଏହି ସବୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେଣୁ ସୁରଟ ଫେରନ୍ତାମାନେ ରହୁଥିବା କ୍ୱାରେଣ୍ଟାଇନ୍ ସେଣ୍ଟର୍ ଯିବାକୁ ବର୍ତ୍ତମାନ ସେଠାରେ ନିୟୋଜିତ କର୍ମଚାରୀମାନେ ଭୟ କରିବା ଆରମ୍ଭ କରିଦେଲେଣି । ତେବେ କେଉଁ କ୍ୱାରେଣ୍ଟାଇନ୍ ହୋମ୍ରୁ ସେମାନେ ଚିହ୍ନଟ ହୋଇଛନ୍ତି ତାହା ପ୍ରଶାସନ ସ୍ପଷ୍ଟ କରିନି । ଏଣୁ ସଙ୍ଗରୋଧ କେନ୍ଦ୍ରଗୁଡ଼ିକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରିବା ସହ ସେଠାକାର ସୁରକ୍ଷା ବୃଦ୍ଧି ଦାବି ହେଉଛି । ଜିଲ୍ଲାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଅଧିକ ସତର୍କତା ଅବଲମ୍ୱନ କରାଯାଇଛି । ଜିଲ୍ଲାର ସମସ୍ତ ସୀମା ସିଲ୍ ସହ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି କରାଯାଇଛି । ଅପରପକ୍ଷରେ ପ୍ରବାସୀଙ୍କୁ ଓଡିଶାକୁ ଫେରାଇ ଆଣିବା ପୂର୍ବରୁ ସେଠାରେ ହିଁ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ହାଇକୋର୍ଟଙ୍କ ନିଦେ୍ର୍ଧଶ ପରିପ୍ରେକ୍ଷୀରେ ସୁରଟରୁ ଗଞ୍ଜାମ ଆସିବାକୁ ଥିବା ଟ୍ରେନ୍ଗୁଡିକୁ ସାମୟିକ ଭାବେ ବାତିଲ୍ କରି ଦିଆଯାଇଛି । ଶୁକ୍ରବାର ସୁରଟରୁ କୌଣସି ଟ୍ରେନ୍ ଓଡିଶା ଅଭିମୁଖେ ଯିବନି ବୋଲି ସୂଚନା ଦେଇଛନ୍ତି ସେଠାକାର ପ୍ରଶାସନ । ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ପରେ ପୁଣି ଟ୍ରେନ୍ ଆସିବ ବୋଲି ଜଣାଯାଇଛି ।
ଗଞ୍ଜାମ ପାଇଁ ନୋଡାଲ୍ ଅଫିସର୍ ତଥା ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାତନନ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍ଫରେନ୍ସ ଜରିଆରେ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଏଡିଜି (ଆଇନଶୃଙ୍ଖଳା) ଏସ୍.କେ.ପ୍ରିୟଦର୍ଶୀ ଜଗନ୍ନାଥପୁର ଷ୍ଟେସନ୍ରେ ପହଞ୍ଚି ସୁରଟ ଫେରନ୍ତାଙ୍କ ବାବଦରେ ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ଓ ପୁଲିସ ପ୍ରଶାସନକୁ ସେ ଏ ଦିଗରେ ବିଭିନ୍ନ ପରାମର୍ଶ ଦେଇଛନ୍ତି । ସେପଟେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ର୍ରୟ ଭାଉସାହେବ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବୁଲିଛନ୍ତି । ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ଗୁରୁବାର ଏକ ନୋଟିସ୍ ବାହାର କରିଛନ୍ତି ଯେଉଁଥିରେ ବାହାର ରାଜ୍ୟ ଯଥା ଗୁଜୁରାଟ, ମହାରାଷ୍ଟ୍ର, କେରଳରୁ ଫେରୁଥିବା ପ୍ରବାସୀ ଘରୋଇ ସଙ୍ଗରୋଧରେ ରହିପାରିବେନି ବୋଲି ଦର୍ଶାଯାଇଛି । ସେମାନେ ସରକାରୀ କ୍ୱାରେଣ୍ଟାଇନ୍ରେ ରହିବାକୁ ବାଧ୍ୟ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ସେହିପରି ମହାମାରୀ ଆଶଙ୍କାକୁ ଦୃଷ୍ଟିରେ ରଖି ଏମ୍କେସିଜି କାଜୁଆଲିଟିକୁ ଅସ୍ଥାୟୀ ଭାବେ ସୁପର୍ ସ୍ପେଶିଆଲିଟି ବିଲଡିଂର ଗ୍ରାଉଣ୍ଡ୍ ଫ୍ଲୋର୍କୁ ସ୍ଥାନାନ୍ତର କରାଯାଇଛି । ମେଲ୍ ଇଏନ୍ଟି ୱାର୍ଡ କାଜୁଆଲିଟି ୱାର୍ଡ ଭାବେ ବ୍ୟବହୃତ ହେବ । କାଜୁଆଲିଟି ବିଲଡିଂ ପୂର୍ବଭଳି କୋଭିଡ୍- ୧୯ ଆଇସୋଲେସନ୍ ୱାର୍ଡ ଭାବେ ବ୍ୟବହୃତ ହେବ ବୋଲି ଏମ୍କେସିଡି ସୁପରିଣ୍ଟେଣ୍ଡେଣ୍ଟ୍ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons