ଗଞ୍ଜାମରେ ପିଲାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ

Get real time updates directly on you device, subscribe now.

ଛତ୍ରପୁର: ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିଦେ୍ର୍ଧଶକ୍ରମେ ଗଞ୍ଜାମ ଜିଲ୍ଲାରେ ବୁଧବାରରୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି । କରୋନାର ସମ୍ଭାବ୍ୟ ତୃତୀୟ ଲହରୀକୁ ଆଖି ଆଗରେ ରଖି ବିଶେଷତଃ ପିଲାମାନେ ଏଥିରେ ଅଧିକ ସଂକ୍ରମିତ ହେବା ଆଶଙ୍କା କରାଯାଉଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଛତ୍ରପୁର ବ୍ଲକ୍ କଣମଣା ଗ୍ରାମରେ ଏହି ଯାଞ୍ଚ ଆରମ୍ଭ ବେଳେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ବିଡିଓ ଅମ୍ବିକା ପ୍ରସାଦ ଦାସ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଉପସ୍ଥିତ ଥିଲେ । ଅଙ୍ଗନବାଡି ଏବଂ ଆଶା କର୍ମୀଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଘରକୁ ଘର ଯାଇ ଏହି ଯାଞ୍ଚ କରୁଛନ୍ତି ।
ସେପଟେ ଜିଲ୍ଲାପାଳ କହିଛନ୍ତି ଯେ- ଶିଶୁମାନଙ୍କୁ ସଂକ୍ରମଣ ବିପଦରୁ ନିରାପଦ ରଖିବା ପାଇଁ ବୟସ୍କମାନେ ବିନା ଦ୍ୱିଧାରେ ଟିକା ଗ୍ରହଣ କରନ୍ତୁ । ସେ କହିଛନ୍ତି ଯେ- ଦେଶର ଅନ୍ୟ ରାଜ୍ୟରେ ତୃତୀୟ ଲହରୀ ପ୍ରଭାବକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଶିଶୁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇ ତାଙ୍କର ଚିକିତ୍ସା ଓ ଯନô ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି । ଶିଶୁମାନେ ଯେପରି କରୋନା ସଂକ୍ରମଣରୁ ରକ୍ଷା ପାଇବେ ସେ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରି ଘରକୁ ଘର ବୁଲି ସ୍ୱତନ୍ତ୍ର ଟିମ୍ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ବନ୍ଦ ରହିଛି, ତେଣୁ ପିଲାଏ ଘରେ ହିଁ ରହୁଛନ୍ତି । ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ଯାଉନାହାନ୍ତି । କିନ୍ତୁ ବୟସ୍କମାନେ ବିଭିନ୍ନ କାର୍ଯ୍ୟରେ ବାହାରକୁ ଯାଉଛନ୍ତି । ପିଲାଏ ପରିବାରର ବୟସ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇପାରନ୍ତି । ଏଣୁ ବୟସ୍କ ବ୍ୟକ୍ତିଙ୍କ ଟିକାଗ୍ରହଣ ପ୍ରତି ଗୁରୁତ୍ୱ ଦେଇ ଆସୁଛନ୍ତି ସରକାର । ୧୮ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିବିଶେଷ ଯଦି ଟିକା ଗ୍ରହଣ କରି ନିଜେ ସୁରକ୍ଷିତ ରହିବେ, ତେବେ ପରିବାରର ଶିଶୁଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବ ବୋଲି ଦର୍ଶାଇଛନ୍ତି ଜିଲ୍ଲାପାଳ ।
କର୍ମସଂସ୍ଥାନ କିମ୍ବା ନିଜ ଜୀବିକା ନିମନ୍ତେ ବୟସ୍କ ବ୍ୟକ୍ତି ହିଁ ବାହାରକୁ ଯାଆନ୍ତି ଏବଂ ଘରକୁ ଫେରନ୍ତି । ଏଣୁ ବିନା ଦ୍ୱିଧାରେ ସମସ୍ତ ଜନସାଧାରଣ ଟିକା ଗ୍ରହଣ ସୁଯୋଗକୁ ହାତଛଡା ନ କରି ନିର୍ଭୟରେ ଟିକା ନିଅନ୍ତୁ । ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ନିଜ ପରିବାରର ଶିଶୁମାନଙ୍କର ଜୀବନ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରନ୍ତୁ । ଶିଶୁ ସୁରକ୍ଷିତ ରହିଲେ ଆପଣଙ୍କ ପରିବାର ସୁଖମୟ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons