ଗଞ୍ଜାମରେ ୫ମ କରୋନା ମୃତୁ୍ୟ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତାଲିକାର ଶୀର୍ଷରେ ରହିବା ପରେ ଏବେ ଗଞ୍ଜାମ କରୋନା ମୃତୁ୍ୟ ତାଲିକାର ୧ ନମ୍ବର ସ୍ଥାନରେ ପହଞ୍ଚିଛି । ଗୁରୁବାର ରାଜ୍ୟର ୧୦ମ ତଥା ଗଞ୍ଜାମ ଜିଲ୍ଲାର ୫ମ କରୋନା ମୃତୁ୍ୟ ନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ମୃତକ ସଂଖ୍ୟାର ଅଦେ୍ର୍ଧକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଖୋର୍ଦ୍ଧାର ୪ ଜଣ ଓ କଟକର ଜଣେ ଏଯାବତ କରୋନାରେ ପ୍ରାଣ ହରାଇଛନ୍ତି । ସେହି ଦୃଷ୍ଟିରୁ ଗଞ୍ଜାମରେ କରୋନା ସଂକ୍ରମଣ କେତେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି ତାହା ସ୍ପଷ୍ଟ । ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଗଞ୍ଜାମ ଜିଲ୍ଲାରୁ ଆଉ ୬ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୮ ହୋଇଛି । ଏହା ମଧ୍ୟ ରାଜ୍ୟର କୌଣସି ଜିଲ୍ଲାରେ ସର୍ବାଧିକ ପଜିଟିଭ୍ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟର୍ରୁ ସ୍ପଷ୍ଟ ହୋଇଛି । ଯାଜପୁରରେ କୌଣସି ମୃତୁ୍ୟ ବିନା ଦ୍ୱିତୀୟ ସର୍ବାଧିକ ୩୨୯ ଓ ଖୋର୍ଦ୍ଧାରେ ୪ ମୃତୁ୍ୟ ସହ ତୃତୀୟ ସର୍ବାଧିକ ୩୧୫ ସଂକ୍ରମିତ ରହିଛନ୍ତି । ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦ୍ୱିତୀୟ ସ୍ଥାନରେ ଥିବା ଜିଲ୍ଲା ଠାରୁ ମଧ୍ୟ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ରହିଛି । ଅପରପକ୍ଷରେ ସୁସ୍ଥ ଓ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ତାଲିକା ବି ଗଞ୍ଜାମରେ ସର୍ବାଧିକ ରହିଥିବା ଦର୍ଶାଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ମୁତାବକ ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଜଣେ ୫୫ ବର୍ଷୀୟ ରୋଗୀଙ୍କ ମୃତୁ୍ୟ ଘଟିଛି । ସେ ପୂର୍ବରୁ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ଥିଲେ । ତେବେ କୋଭିଡ୍ ହସ୍ପିଟାଲ୍ରେ ତାଙ୍କର ମୃତୁ୍ୟ ହୋଇଥିବା ଘୋଷଣା କରାଯାଇଛି । ଗତ ମେ ୮ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ମୃତୁ୍ୟ ଘଟିଥିଲା । ପୋଲସରା ବ୍ଲକ୍ରେ ଜଣେ ୪୦ ବର୍ଷୀୟ ସଂକ୍ରମିତଙ୍କ ମୃତୁ୍ୟ ହୋଇଥିଲା । ମେ ୧୦ ତାରିଖରେ ପ୍ରଶାସନ ଜିଲ୍ଲାର ଏହି ପ୍ରଥମ ତଥା ରାଜ୍ୟର ତୃତୀୟ କରୋନା ମୃତୁ୍ୟକୁ ଘୋଷଣା କରିଥିଲା । ମେ ୧୬ ତାରିଖରେ ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ୫୫ ବର୍ଷୀୟ ରୋଗୀଙ୍କ ମୃତୁ୍ୟ ହୋଇଥିଲା । ମେ ୨୦ ତାରିଖରେ କବିସୂର୍ଯ୍ୟନଗର ସଙ୍ଗରୋଧ କେନ୍ଦ୍ରରେ ଆଉ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଜୁନ୍ ୭ ତାରିଖରେ ୫୫ ବର୍ଷୀୟ କରୋନା ରୋଗୀଙ୍କ ମୃତୁ୍ୟ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍ରେ ହୋଇଥିଲା । ଜିଲ୍ଲାରେ ଏବେ କରୋନା ମୃତୁ୍ୟ ମଧ୍ୟ ଧିରେ ଧିରେ ବୃଦ୍ଧି ପାଉଛି ।
ସେପଟେ ଜିଲ୍ଲାରେ ପୁଣି ୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ୬ ଜଣ ରୋଗୀଙ୍କ ସମ୍ପର୍କରେ ତଥ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯିବ ବୋଲି ଯଦିଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ରେ ପ୍ରକାଶ ପାଇଛି, ତେବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋଗୀଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ଏବେ ଜିଲ୍ଲାରେ ମୋଟ କରୋନା ରୋଗୀ ସଂଖ୍ୟା ୬୫୮ ହୋଇଛି । ଅପରପକ୍ଷରେ ସଂକ୍ରମିତଙ୍କ ତୁଳନାରେ ଜିଲ୍ଲାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି ଅର୍ଥାତ୍ ଗତ କିଛି ଦିନ ହେଲା ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି ତାଠାରୁ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବାରେ ଲାଗିଛନ୍ତି । ଶୁକ୍ରବାର ରାଜ୍ୟରେ ମୋଟ ୧୨୦ ଜଣ ସୁସ୍ଥ ହୋଇଥିବା ବେଳେ ସେଥିରୁ ସର୍ବାଧିକ ୩୦ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲା । ଲଗାତର ତୃତୀୟ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ସଂକ୍ରମିତ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି । ବୁଧବାର ୫୭, ଗୁରୁବାର ୧୭ ଜଣ ସୁସ୍ଥ ହୋଇଥିଲେ ଯାହା ରାଜ୍ୟରେ ସର୍ବାଧିକ ଥିଲା । ଜିଲ୍ଲାରେ ଏବେ ମୋଟ ସୁସ୍ଥ ସଂଖ୍ୟା ୫୪୫ ହୋଇଛି । ୫ ଜଣଙ୍କ ମୃତୁ୍ୟ ବାଦେ ଏବେ କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର୍ ସେଣ୍ଟର୍ରେ ଆୁ ୧୦୮ ଜଣ ଚିକିତ୍ସାଧୀନ ଅଛନ୍ତି । ଗଞ୍ଜାମ କେବଳ ସଂକ୍ରମିତ ବା ମୃତୁ୍ୟ ନୁହେଁ, ସୁସ୍ଥ ହେବା ରୋଗୀ ସଂଖ୍ୟା ଓ ଚିକିତ୍ସାଧୀନ ରୋଗୀ ସଂଖ୍ୟା ତାଲିକାର ବି ଶୀର୍ଷରେ ଅଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons