ବ୍ରହ୍ମପୁର,୨୪ା୧୨(ବୁ୍ୟରୋ): ଗଞ୍ଜାମ ହେଉଛି କଳା ଓ ସଂସ୍କୃତିର ଭୂମି । ଏହି ଅଞ୍ଚଳର ଲୋକକଳା, ଲୋକସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ବହୁ ଭାବରେ ସମୃଦ୍ଧ କରିଛି ବୋଲି ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉଦ୍ଘାଟନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଉଦ୍ବୋଧନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଦର୍ଶକଙ୍କୁ ପଚାରିଥିଲେ, ଗୋପାଳପୁରରେରେ ବେଳାଭୂମି ମହୋତ୍ସବ ଅନୁÂିତ ହେଉଛି । ଆପଣମାନେ ଖୁସି ତ, ମୁଁ ବି ଖୁସି । ସେ କହିଛନ୍ତି ଯେ, ଗୋପାଳପୁର ବେଳାଭୂମି ମହୋତ୍ସବ ଗଞ୍ଜାମର କଳା ଓ ସଂସ୍କୃତିକୁ ସାରା ଦେଶରେ ଆହୁରି ଉଜ୍ୱଳ କରିଛି । ଗୋପାଳପୁର ଆମ ଗର୍ବ ଓ ଗୌରବ । ଶିଳ୍ପ ଓ ପର୍ଯ୍ୟଟନ ବିକାଶ ପାଇଁ ଏଠାରେ ବହୁ ସୁଯୋଗ ରହିଛି । ଏହି ସମ୍ଭାବନାର ପୂରା ଉପଯୋଗ କରି ଯୁବକ ସମାଜ ପାଇଁ ନୂଆ ନୂଆ ରୋଜଗାର ସୃଷ୍ଟି କରିବା ଆମର ଲକ୍ଷ୍ୟ । ଗଞ୍ଜାମରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି । ସେଗୁଡ଼ିକର ବିକାଶ ପାଇଁ ସରକାର କାମ କରିଛନ୍ତି । ଗୋପାଳପୁର, ତାମ୍ପରା, ତାରାତାରିଣୀ, ରମ୍ଭା, ତପ୍ତପାଣିକୁ ଅଧିକ ଆକର୍ଷଣୀୟ କରାଯାଉଛି । ଏହି ପର୍ଯ୍ୟଟନସ୍ଥଳକୁ ଆହୁରି ସୁନ୍ଦର ଭାବେ ବିକାଶ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ । ବେଳାଭୂମି ମହୋତ୍ସବ ସହ ଆଞ୍ଚଳିକ ହର୍ବାଲ୍ ମେଳା ଓ ଜାତୀୟ ପଲ୍ଲିଶ୍ରୀ ମେଳାକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।
ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ପୁରୀ ଜଗନ୍ନାଥ ମନ୍ଦିର ଓ କୌଣାର୍କର ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ୫୦ହଜାର କଳାକାର ଭତ୍ତା ବଣ୍ଟନ କରାଯାଇଛି । ଗଞ୍ଜାମ ଜିଲ୍ଲାର ବହୁ କଳାକାର ଉପକୃତ ହୋଇଛନ୍ତି । ୮୦କୋଟି ଟଙ୍କା ବିନିମୟରେ ଗୋପାଳପୁର, ତାମ୍ପରା, ବରକୁଳ, ରମ୍ଭା ଠାରୁ ସାତପଡ଼ା ପର୍ଯ୍ୟନ୍ତ ଉନ୍ନତି ହୋଇଛି । ଆମ ରାଜ୍ୟର ଅପୂର୍ବ ସମ୍ଭାର ସମସ୍ତଙ୍କୁ ଆକର୍ଷଣ କରିବ । ଉଦ୍ଘାଟନୀ ଉତ୍ସବରେ ‘ମୋ ଗେହ୍ଲା ଝିଅ, ସ୍ୱୟଂସିଦ୍ଧା, ନିର୍ଭୟା କଢ଼ି’ ପ୍ରମୁଖ ଯୋଜନା ହିତାଧିକାରୀଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ବରିÂ କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ପୁରୀକୁ ବିଶ୍ୱ ଐତିହ୍ୟ ସ୍ଥଳରେ ପରିଣତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଓଡ଼ିଶାରେ ସବୁ ବେଳାଭୂମି ମହୋତ୍ସବ ମଧ୍ୟରେ ଗୋପାଳପୁର ସର୍ବୋତ୍ତମ ସ୍ଥାନ ଅଧିକାର କରିଛି । ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ପୁରୀ ଶ୍ରୀମନ୍ଦିର, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ପରିବର୍ତ୍ତନ କରିବା ପାଇଁ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ଏବଂ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ କାରଣରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଖରେ ପ୍ରିୟ ହୋଇପାରିଛନ୍ତି ।
ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁÂିତ ମହୋତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶାକୁ ଏକାଠି କରିଛନ୍ତି ଏବଂ ରାଜ୍ୟର ବିକାଶ ପାଇଁ ବହୁ ଉଦ୍ୟମ ଚଳାଇଛନ୍ତି । ତାଙ୍କର ଏହି ପ୍ରୟାସକୁ ଆମେ ସମର୍ଥନ ଜଣାଇବା ଏବଂ ଓଡ଼ିଶା ରାଜ୍ୟକୁ ଆଗକୁ ନେବା ବୋଲି କହିଥିଲେ । ମେରାଇନ୍ ଡ୍ରାଇଭ୍ ଗୋପାଳପୁର ପର୍ଯ୍ୟନ୍ତ ଆଣିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି । ଏହା ଗଞ୍ଜାମବାସୀଙ୍କ ପାଇଁ ଗୌରବ । ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାସ ବେହେରା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଜେଡି ନେତା ତଥା ଅଭିନେତା ଆକାଶ ଦାସନାୟକ, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଗଞ୍ଜାମ ଏସ୍ପି ବି୍ରଜେଶ କୁମାର ରଏ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବେଳାଭୂମି ମହୋତ୍ସବ କମିଟି, ଗଞ୍ଜାମ ଜିଲ୍ଲା ବିଜେଡି ଓ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏକ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ଭିଡ଼ ହୋଇଥିବା ଆକଳନ କରାଯାଉଛଇ । ପ୍ରବଳ ଭିଡ଼ କାରଣରୁ ଟ୍ରାଫିକ୍ ନିୟନ୍ତ୍ରଣରେ ବ୍ୟତିକ୍ରମ ଦେଖାଯାଇଥିଲା । ପୂର୍ବାହ୍ନରେ ଯାଇଥିବା ସମସ୍ତ ଗାଡ଼ି ବେଳାଭୂମି ନିକଟକୁ ଯାଇଥିଲେ । ଅପରାହ୍ନ ୨ଟା ପରେ ଯେଉଁସବୁ ଗାଡ଼ି ଯାଇଥିଲା ଟ୍ରାଫିକ୍ରେ ଫସିଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଦୁଇ କିଲୋମିଟର ପୂର୍ବରୁ ସାଧାରଣ ଲୋକଙ୍କ ଗାଡ଼ିକୁ ଅଟକାଇ ରଖାଯାଇଥିବା ବେଳେ ନେତାଙ୍କ ଗାଡ଼ି ଷ୍ଟେଜ୍ ପର୍ଯ୍ୟନ୍ତ ଛଡ଼ାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସନ୍ଧ୍ୟା ୪ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପରେ ଜଗଗହଳି ଭାଙ୍ଗିଥିଲା । ଭଡ଼ାରେ ବହୁ ବଡ଼ ବଡ଼ ବସ୍ ନିଆଯାଇଥିବାରୁ ଫେରିବା ସମୟରେ ବ୍ୟାପକ ଟ୍ରାଫିକ୍ ଅବ୍ୟବସ୍ଥା ଦେଖାଦେଇଥିଲା । ବେଳାଭୂମି ମହୋତ୍ସବ ସହ ଆଞ୍ଚଳିକ ହର୍ବାଲ୍ ମେଳା ଓ ଜାତୀୟ ପଲ୍ଲିଶ୍ରୀ ମେଳାକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରୁ ବିଭିନ୍ନ ଅଞ୍ଚଳରୁ ଆୟୁର୍ବେଦ ଚିକିତ୍ସକ ହର୍ବାଲ୍ ମେଳାରେ ଯୋଗ ଦେଇଥିବା ବେଳେ ପଲ୍ଲିଶ୍ରୀ ମେଳାରେ ରାଜ୍ୟର ୩୦ଟି ଜିଲ୍ଲାରୁ ସ୍ୱୟଂ ସହାୟକ ଗୋÂୀ ମାନେ ଆସି କାରୁକାର୍ଯ୍ୟ ପ୍ରଦର୍ଶନୀ ଓ ବିକ୍ରି ଆରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.