ଗଞ୍ଜାମ ଜିଲ୍ଲାକୁ ଆସିବେ ୨ଲକ୍ଷ ଲୋକ!

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାକୁ ଫେରିବାକୁ ୩ଲ’ ଲୋକ ରେଜିଷ୍ଟେସନ କରିଛନ୍ତି । ତେବେ ଆଗକୁ ଶ୍ରମିକଙ୍କୁ ୧୪ଦିନ କ୍ୱାରେଣ୍ଟାଇନରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଯଦି ଘରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରିଲେ ଛତା ଧରି ବାହାରିବାକୁ କୁହାଯାଇଛି । କାରଣ ଛତା ଧରିବା ଦ୍ୱାରା ସାମାଜିକ ଦୂରତା ବଜାୟ ରଖାଯାଇପାରିବ । ଛତା ଖୋଲିଲେ ଜଣେ ଲୋକଠାରୁ ଅନ୍ୟ ଜଣେ ଦୂରତାରେ ରହିବେ । ତେଣୁ ଜିଲ୍ଲାରେ ଏପରି ଅଭିନବ ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ ଜିଲ୍ଲାବାସୀ ଆତଙ୍କିତ ନହେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ୨୧୭ ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି । ସେମାନେ ସମସ୍ତେ ଗୁଜରାଟର ସୁରତରୁ ୪ଟି ବସ୍ ରିଜର୍ଭ କରି ନିଜ ଖର୍ଚ୍ଚରେ ଏପ୍ରିଲ ୨୭ ତାରିଖରେ ବାହାରିଥିଲେ । ଜିଲ୍ଲାରେ ପହଞ୍ଚିବା ପରେ ଶେରଗଡ଼ ଆଦର୍ଶ ବିଦ୍ୟାଳୟ ଓ ଧରାକୋଟ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟଟାଇନ ସେଣ୍ଟରରେ ସେମାନଙ୍କୁ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons