ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ତଦାରଖ ପାଇଁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ନେଇ ଟିମ୍ ଗଠନ

Get real time updates directly on you device, subscribe now.

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ତେବେ ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ତଦାରଖ ପାଇଁ ଦୁଇ ଜଣିଆ ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ଏହି ଟିମ୍ ରେ ଦୁଇ ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଆରଏମଆରସି ଭୁବନେଶ୍ବରର ବୈଜ୍ଞାନିକ ଜୟସିଂହ ଖତ୍ରି ଏହି ଟିମ୍ ରେ ରହିଛନ୍ତି । ଏହି ଦୁଇ ଜଣ ଅଧିକାରୀ ଗଞ୍ଜାମ ଜିଲ୍ଲାରେ କିଭଳି କରୋନା ସ୍ଥିତି ରହିଛି ଏବଂ କରୋନା ମୁକାବିଲା ପାଇଁ କଣ କଣ ପଦକ୍ଷେପ ନିଆଯାଉଛି ତାର ତଦାରଖ କରିବେ ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ଜିଲ୍ଲାରୁ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୬ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି । ସେହିପରି ୬୦ଜଣ ସୁସ୍ଥ ହୋଇସାରିଥିବା ବେଳେ ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons