ଗଞ୍ଜାମ: ତୃତୀୟ ପଜିଟିଭ୍ ବି ସୁରଟ ଫେରନ୍ତା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତ ସୁରଟ ଫେରନ୍ତା ଓ ତାଙ୍କ ବୟସ ୧୮ବର୍ଷ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଘୋଷଣା କରିଛି । ସେ ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର ସରକାରୀ କ୍ୱାରେଣ୍ଟାଇନ୍ରେ ରହୁଥିଲେ । ପଜିଟିଭ୍ ଜଣାପଡିବା ପରେ ଆଙ୍କୁଶପୁର କ୍ୱାରେଣ୍ଟାଇନ୍କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା କହିଛନ୍ତି କୁକୁଡ଼ାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର । ତେବେ ପଜିଟିଭ୍ଙ୍କ ରୁମ୍ରେ ୧୦ଜଣ ରହୁଥିବା ବେଳେ ତାଙ୍କ ସହ ଗୋଟିଏ ବସ୍ରେ ୬୮ଜଣ ଯାତ୍ରୀ ଆସିଥିଲେ । ତେଣୁ ସମସ୍ତ ଯାତ୍ରୀଙ୍କ ସ୍ୱାବ୍ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର । ଜିଲ୍ଲାରେ ତୃତୀୟ ପଜିଟିଭ୍ ଚିହ୍ନଟ ହେବା ପରେ ସବୁ ସଙ୍ଗରୋଧ କେନ୍ଦ୍ରରେ ସତର୍କ କରାଯାଇଛି । ସୁରଟ ଫେରନ୍ତା କିମ୍ବା ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନେ ଯଦି କ୍ୱାରେଣ୍ଟାଇନ୍ ନିୟମକୁ ଉଲଂଘନ କରୁଛନ୍ତି ତାହେଲେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ବିଭିନ୍ନ କାରଣକୁ ନେଇ ଉତ୍ତେଜନା ସୃଷ୍ଟି ହେଉଛି । ଏମିତିକି ପ୍ରବାସୀ ମାନେ ଖାଦ୍ୟକୁ ନେଇ ବିଭିନ୍ନ ସମାଲୋଚନା କରିବା ସହ ଖାଦ୍ୟ ଫୋପାଡୁଛନ୍ତି ଏବଂ ଘରକୁ ଯିବାକୁ ଯିଦ୍ କରୁଛନ୍ତି । ଏହାଉପରେ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଦୁଇଦିନ ତଳେ ପଜିଟିଭ୍ ରୋଗୀ ସୁରତରୁ ଫେରିଥିଲେ । ତାଙ୍କ ସହ ମୋଟ ୭୦ଜଣ ଯାତ୍ରୀ ଗୋଟିଏ ବସ୍ରେ ରହିଥିବା ବେଳେ ୬୮ଜଣଙ୍କୁ ଆଙ୍କୁଶପୁର ପୁରୁଷୋତ୍ତମ ହାଇସ୍କୁଲରେ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା । ସେ ସନ୍ଦିଗ୍ଧ ଥିବାରୁ ତାଙ୍କର ସ୍ୱାବ୍ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ମାଇକ୍ରୋ ବାୟୋଲୋଜି ବିଭାଗରେ ପରୀକ୍ଷା କରାଯାଇଥିଲା । ଗତକାଲି ରାତିରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଭୁବନେଶ୍ୱର ଆଇଏମ୍ସିଆର୍କୁ ପଠାଯାଇଥିଲା ଏବଂ ସେଠାରୁ ଏହି ରୋଗୀଙ୍କ ବିବରଣୀ ପ୍ରକାଶ ପାଇଥିଲା । ପଜିଟିଭ୍ ଘୋଷଣା ହେବା ପରେ ଆଙ୍କୁଶପୁର ଗ୍ରାମର ମୁଖ୍ୟ ରାସ୍ତାକୁ ବ୍ୟାରିକେଡ କରାଯାଇଛି । ବ୍ୟାରିକେଡ ପରେ ଅଞ୍ଚଳବାସୀ ଭୟଭୀତ ହେବା ସହ ସେମାନଙ୍କ ଚିନ୍ତା ବଢିଯାଇଛି । ଆଙ୍କୁଶପୁର ପୁରୁଷୋତ୍ତମ ହାଇସ୍କୁଲରେ ସୁରତ ଫେରନ୍ତା ପ୍ରବାସୀ ଓଡିଆ ରହୁଥିବାରୁ କେନ୍ଦ୍ର ସମ୍ମୁଖ ରାସ୍ତାକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି ।
ଦଷିଣାଞ୍ଚଳ ଆରଡିସି ଟି.ଆଓ ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି । ବିଡିଓ ଗଦାଧର ପାତ୍ର, ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବୁଲି ତଦାରଖ କରୁଛନ୍ତି । ସୂଚନାଯୋଗ୍ୟ କୁକୁଡ଼ାଖଣ୍ଡି ବ୍ଲକ୍ର ବିଭିନ୍ନ ପଞ୍ଚାୟତାରେ ୫୧୬ଜଣ ପ୍ରବାସୀଙ୍କୁ ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ତଦାରଖ ସେଠାରେ କରାଯାଉଥିବା ବେଳେ ସନ୍ଦିଗ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons