ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଦେଇ କୋରାପୁଟରୁ କଳାହାଣ୍ଡି ଜିଲ୍ଲାକୁ ଗଞ୍ଜେଇ ଚାଲାଣ ମାମଲାରେ ଅଟକ ଥିବା ୬ ଜଣ ଚାଲାଣକାରୀଙ୍କୁ ପୁଲିସ ଶୁକ୍ରବାର ଗିରଫ କରିଛି । ଜବତ ଗଞ୍ଜେଇକୁ ମଧ୍ୟ ଓଜନ କରାଯାଇଛି । ଯାହା ୧୫୨ କେଜି ଜଣାପଡିଛି । ଅଭିଯୁକ୍ତ ହେଲେ କୋରାପୁଟ ସେମିଳିଗୁଡାର ରତନ ପଣ୍ଡକା, ସାଲତୁ ଖରା ଓ କଳାହାଣ୍ଡି ଜିଲ୍ଲା କୋକସରା ଗାଁର ସୁରେନ୍ଦ୍ର ନାୟକ, ସବୁଲାଲ ଟକ୍ରି, ଆଶୁ ନାୟକ, ବିଜୟ ଜାନୀ । ଏମାନଙ୍କଠାରୁ ୯୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।
ସୂଚନାଯୋଗ୍ୟ, ଗତ ଗୁରୁବାର ନବରଙ୍ଗପୁର ପୁଲିସ ଏହି ଗଞ୍ଜେଇ ଜବତ କରିଥିଲା । ତିନୋଟି ଗାଡିରେ ଗଞ୍ଜେଇ କୋରାପୁଟରୁ କଳାହାଣ୍ଡି ଜିଲ୍ଲାକୁ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଜିଲ୍ଲା ସୀମା ନିକଟରେ ଏହି ଚଢଉ ହୋଇଥିଲା । ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକରଙ୍କ ନିଦେ୍ର୍ଧଶରେ ଚଢଉ ହୋଇଥିଲା । ଡିଏସପି ପ୍ରତୁ୍ୟଷ ମହାପାତ୍ରଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ରାମେଶ୍ୱର ପ୍ରଧାନ, ପି. ବିଡିକା, ଜି.ହାୱା, ସାଗର ମାଝି, ବିକାଶ ବେନିଆ, କୃଷ୍ଣ ବିଷୋୟୀ ପ୍ରମୁଖ ଚଢଉ କରିଥିଲେ ।


Comments are closed, but trackbacks and pingbacks are open.