ମୋହନା : ଗଞ୍ଜେଇ ଜବତକୁ ନେଇ ଥାନାରେ ଉତ୍ତେଜନା । ଗଜପତି ଜିଲ୍ଲା ଅଡବା ଥାନା ସମ୍ମୁଖରେ ଏଭଳି ଉତ୍ତଜନା ଦେଖିବାକୁ ମିଳିଛି । ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ଅଭିଯୋଗରେ ଥାନା ଫାଟକରେ ଲୋକେ ଧାରଣା ଦେଇଛନ୍ତି ।
ସୂଚନ ଅନୁସାରେ ମଙ୍ଗଳବାର ଦିନ ଅଡବା ପୋଲିସ ଏକ ମିନି ଟ୍ରକ ସହ ୧୨୫ କେ.ଜି. ଗଞ୍ଜେଇ ଜବତ କରିଥିଲା । ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ଗିରଫ ଦୁଇ ଅଭିଯୁକ୍ତ ହେଲେ ତେଲେଙ୍ଗାପଦା ଗାଁର ୨୩ ବର୍ଷ ବୟସ୍କ ଯୁବକ କୁଳକାନ୍ତ ନାୟକ ଏବଂ ଶୁଣ୍ଢିପଦା ଗାଁର ୧୯ ବର୍ଷ ବୟସ୍କ ଘାଷି ନାୟକ । ଏ ନେଇ ଅଡବା ଥାନା ଅଧିକାରୀ ତପନ ପତି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.