ଗଞ୍ଜେଇ ଟାଣିବାକୁ ମନା କରିବାରୁ ପେଟ୍ରୋଲ୍ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ

Get real time updates directly on you device, subscribe now.

ବଅଁରପାଳ,(ବି.ବି.ନୁ୍ୟଜ୍): ନାଲ୍କୋନଗର ଥାନା ସିପିପି ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଗଞ୍ଜେଇ ଟାଣିବାକୁ ନିଜର ସହକର୍ମୀ ବାରଣ କରିବାରୁ ୧୯ ବର୍ଷର ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଦିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏହି ଘଟଣାଟି ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ମଧ୍ୟ ସୃଷ୍ଟି କରିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସଂପୃକ୍ତ ଯୁବକ ଏବେ ଚିକିତ୍ସାଧୀନ ଥିବା ବେଳେ ଡାକ୍ତର କିନ୍ତୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି । ମୁନାଙ୍କ ଶରୀରର ୪୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍ ଅଙ୍ଗାରବନ୍ଧ ଅଞ୍ଚଳର ମୁନା ଗୋଚ୍ଛାୟତ ନାମକ ଜଣେ ଯୁବକ ସିପିପି ଛକରେ ଏକ କବାଡ଼ି ଦୋକାନରେ କାମ କରନ୍ତି । ସେ ବେଳେ ବେଳେ ଗଞ୍ଜେଇ ଟାଣନ୍ତି । ଆଜି ସକାଳେ ଗଞ୍ଜେଇ ସେବନ ବେଳେ ତାଙ୍କର ଜଣେ ସହକର୍ମୀ ବାରଣ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହୋଇଥିଲା । ହେଲେ ସାଙ୍ଗର ବାରଣକୁ ସହଜରେ ଗ୍ରହଣ କରି ନପାରି ମୁନା ହଠାତ୍ ନିଜ ଦେହରେ ପେଟ୍ରୋଲ୍ ଢାଳି ହାଇ ନିଅାଁ ଲଗାଇ ଦେଇଥିଲେ । ହୁ ହୁ ହୋଇ ମୁନା ଜଳି ଉଠୁଥିବା ବେଳେ ସହଯୋଗୀ ଓ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ନିଆଁ ଲିଭାଇବାରେ ସଫଳ ହୋଇଥିଲେ । ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ମୁନାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାର ଲୋକ ଅବଶ୍ୟ ଏଥିଲାଗି ପ୍ରସ୍ତୁତ ହୋଇପାରି ନଥିବା ଜଣାଯାଇଛି । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons