ସୁନାବେଡ଼ା: ସୁନାବେଡ଼ାର ପାନଟିକା ଛକ୍ ନିକଟରେ ଗଞ୍ଜେଇ ବୋଝେଇ ବୋଲେରୋ ଜବତ। ୬୯୦ କେଜି ଗଞ୍ଜେଇ ନେଇ ଯାଉଥିବା ବୋଲେରୋ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।
ସିମିଳିଗୁଡ଼ା ଅଞ୍ଚଳରୁ ସୁନାବେଡ଼ା ଅଭିମୁଖେ ଯାଉଥିବା ବୋଲେରୋଟିକୁ ଜାତୀୟ ରାଜପଥ-୨୬ରେ ପାନଟିକା ଛକ ନିକଟରୁ ଜବତ କରିଛି ପୋଲିସ। ଗାଡ଼ି ନମ୍ବର ୦୧-ସିଓ୍ବାଇ-୬୬୮୯ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ରାଞ୍ଚିର ନିତେଶ କୁମାର ଗପ୍ତା ବୋଲି ଜଣାପଡ଼ିଛି।
ବୁଧବାର ସକାଳେ ଖବର ପାଇ ପୋଲିସ ପାନଟିକା ଛକରୁ ଗଞ୍ଜେଇ ବୋଝେଇ ବୋଲେରୋ ଜବତ କରିଥିଲା। ବୋଲେରୋରେ ୬୯୦ କେଜିର ଗଞ୍ଜେଇ ଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି ସୁନାବେଡ଼ା ଥାନା ପୋଲିସ।


Comments are closed, but trackbacks and pingbacks are open.