ଫୁଲବାଣୀ,(ବି.ବି.ନୁ୍ୟଜ୍): ଗଞ୍ଜେଇ ଚୋରା ଚାଲାଣ ମାମଲାରେ କନ୍ଧମାଳ ଜିଲ୍ଲାର ଜଣେ ନିଲମ୍ବିତ କନେଷ୍ଟବଳଙ୍କ ସମେତ ୩ ଜଣଙ୍କୁ ଫିରିଙ୍ଗିଆ ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ନାହାକ, ମଧୁସୁଦନ ଦିଗାଲ ଏବଂ ବଳଭଦ୍ର ସାହାଣୀ । ବସନ୍ତ କନ୍ଧମାଳ ଜିଲ୍ଲାରେଜଣେ ପୋଲିସ କନଷ୍ଟେବଳ ଭାବରେ କାମ କରୁଥିଲେ । ହେଲେ ନିକଟରେ ସେ ଏକ ମାମଲାରେ ନିଲମ୍ବିତ ହୋଇଥିଲେ । ସମସ୍ତ ଅଭିଯୁକ୍ତଙ୍କ ଘର କନ୍ଧମାଳ ଜିଲ୍ଲାରେ । ସେମାନଙ୍କ ନିକଟରୁ ୩୦ କିଲୋ ଗଞ୍ଜେଇ ସହିତ ଏକ ଟାଟା ସୁମୋ, ଗାଡ଼ି ଏବଂ ୧,୧୩,୦୦୦ ଟଙ୍କାର ଜାଲ ନୋଟ ମଧ୍ୟ ଜବତ ହୋଇଛି । ଏନେଇ ଫିରିଙ୍ଗିଆ ଥାନା ଆଇଆଇସି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି । ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଗତକାଲି ଡିମିରିଗୁଡ଼ା ଗ୍ରାମ ପଞ୍ଚାୟତର ସିମିଳିସାହିରୁ ଅଭିଯୁକ୍ତମାନଭ୍କୁ ଗିରଫ କରିଥିଲା । ତେବେ ଅଭିଯୁକ୍ତମାନେ ଗଞ୍ଜେଇ କିଣିବା ପାଇଁ ଜାଲ ନୋଟ ବ୍ୟବହାର କରୁଥିବା ପୋଲିସ ସନେ୍ଦହ କରୁଛି । ଏତେ ଗୁଡିଏ ଜାଲ ନୋଟ ସେମାନେ କେଉଁଠୁ ପାଇଛନ୍ତି ସେ ନେଇ ତଦନ୍ତ ଜାରି ରହିଥିବା ଫିରିଙ୍ଗିଆ ଥାନା ଆଇଆଇସି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.