ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ

Get real time updates directly on you device, subscribe now.

ଭୁବନେଶ୍ବର: କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ବିଳମ୍ବ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାରେ ନିର୍ମାଣାଧୀନ କାନୁପୁର ସ୍ପିଲ୍ ଚ୍ୟାନେଲ ଉପରେ ୪ ଲେନ ବ୍ରିଜ୍ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଏହି ନିର୍ମାଣ କାର୍ୟ୍ୟ କେମିତି ଶୀଘ୍ର ହେବ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ଚିଠିଲେ ଉଲ୍ଲେଖ କରିଛନ୍ତି।
କାନୁପୁର ଜଳସେଚନ ପ୍ରକଳ୍ପର ନିର୍ମାଣକାର୍ୟ୍ୟ ୨୦୦୪-୦୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ଏ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ରାଜ୍ୟ ସରକାର ଓ ଏନଏଚଏଆଇ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ପ୍ରକଳ୍ପର ୮୦ ପ୍ରତିଶତ ଅର୍ଥ ଏନଏଚଏଆଇ ବହନ କରିବ ଓ ଅବଶିଷ୍ଟ ୨୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ । ଏହି ବ୍ୟୟ ଅଟକଳକୁ ୧୦୦.୫୩ କୋଟିକୁ ବୃଦ୍ଧି କରାଯିବା ପରେ ୮୦ ପ୍ରତିଶତ ବ୍ୟୟ ଭାର ବହନ ଲାଗି ଏନଏଚଏଆଇ ରାଜି ହୋଇ ନଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons