ଗଡ଼ଚିରୋଲିରେ ୨ ନକ୍ସଲ ନିହତ

Get real time updates directly on you device, subscribe now.

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ସହ ଏନ୍କାଉଣ୍ଟରରେ ୨ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଏଥିରେ ଅନ୍ୟ ୬ ଜଣ ନକ୍ସଲ ଗୁରୁତ ଭାବେ ଆହତ ହୋଇଛନ୍ତି । ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ସୁରକ୍ଷା ବାହିନୀ ଏନ୍କାଉଣ୍ଟର ସ୍ଥଳରୁ ରାଇଫଲ୍ସ ଓ ଅନ୍ୟ କେତେକ ମାଓ ସାମଗ୍ରୀ ଉଦ୍ଧାର କରିଛି ।
ରିପୋର୍ଟ ଅନୁସାରେ ଜିଲ୍ଲାର ଗ୍ୟାରାପ;ି ଜଙ୍ଗଲରେ ନକ୍ସଲ ନେତା ଭାସ୍କର ଓ ତାଙ୍କର ଆଉ କିଛି ସହଯୋଗୀ ରହିଥିବା ନେଇ ନିର୍ଦ୍ଧିଷ୍ଟ ସୂଚନା ମିଳିଥିଲା । ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ସମ୍ପୃକ୍ତ ଜଙ୍ଗଲରେ ଆଜି ସକାଳେ କମ୍ବିଂ କରାଯାଇଥିଲା । ସୁରକ୍ଷା ବାହିନୀ ସେମାନଙ୍କ ନିକଟତର ହେଉଥିବା ଜାଣି ନକ୍ସଲମାନେ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଥିଲା । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଗୁଳି ବିନିମୟ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ସୁରକ୍ଷା ବାହିନୀ ସେଠାରେ ତଲାସୀ କରିବା ବେଳେ ଦୁଇ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହି ଏନ୍କାଉଣ୍ଟରରେ ଭାସ୍କର ଆହତ ହୋଇଥିବା ଜଣାପଡିଛି । ତାକୁ ଧରିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ମେ ୧ ତାରିଖରେ କୁରଖେଡା ଠାରେ ସୁରକ୍ଷା ବାହିନୀଙ୍କ ଉପରେ ଘଟିଥିବା ଆଇଇଡି ବିସ୍ଫୋରଣର ମାଷ୍ଟରମାଇଣ୍ଡ ହେଉଛି ଭାସ୍କର । ଏହି ଆଇଇଡି ବିସ୍ଫୋରଣରେ ନକ୍ସଲ ଦମନ ପାଇଁ ଗଠିତ ସି-୬୦ କମାଣ୍ଡୋ ୟୁନିଟର ୧୬ ଜଣ ଯବାନ ସହିଦ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons