ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଓଡ଼ିଶା ସରକାର ପ୍ରଜ୍ଞାପନ ମେଢ଼ ପାଇଁ ‘ ମୋ ସରକାର’ ଡିଜାଇନକୁ ବାଛିଛନ୍ତି । ଏହାଛଡ଼ା ଶ୍ରୀଜଗନ୍ନାଥ ମନ୍ଦିର ବିକାଶ ଓ ଅନ୍ୟ ୧୦ଟି ବିକାଶମୂଳକ ଥିମ୍କୁ ନେଇ ସରକାର ପ୍ରଜ୍ଞାପନ ମେଢ଼ ଡିଜାଇନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ଡିଜାଇନ କେନ୍ଦ୍ର ନିକଟରେ ଦାଖଲ କରାଯିବ । କେନ୍ଦ୍ରର ଅନୁମୋଦନ ପରେ ଚୂଡ଼ାନ୍ତ ଡିଜାଇନକୁ ସ୍ଥାନ ମିଳିବ ।
ଉଲ୍ଲେଖଯୋଗ୍ୟ, କ୍ରମାଗତ ୫ମ ପାଳିରେ ନବୀନ ପ;ନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଗତ ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ । ଏ କାର୍ଯ୍ୟକ୍ରମରେ ସରକାର ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇବାକୁ ସଂକଳ୍ପବଦ୍ଧ ହୋଇଛନ୍ତି । ଏ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଥିଲା ବେଳେ ଏହାର ଥିମ୍କୁ ନେଇ ପ୍ରଜ୍ଞାପନ ମେଢ଼ ଡିଜାଇନକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।
Comments are closed, but trackbacks and pingbacks are open.