ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆସନ୍ତା ଗଣେଶ ପୂଜାରୁ ଶାସକ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ଏହା ଦୁଇ ମାସ ବ୍ୟାପୀ ଅକ୍ଟୋବର ୩୧ ଯାଏ ଚାଲିବ । ସଭ୍ୟ ସଂଗ୍ରହର ରୂପରେଖ ନେଇ ରାଜ୍ୟସ୍ତରୀୟ କମିଟି ଦେଇଥିବା ପ୍ରସ୍ତାବ ଉପରେ ସଭାପତି ନବୀନ ପ;ନାୟକଙ୍କ ମୋହର ବାଜିବା ପରେ ହିଁ ପ୍ରକ୍ରିୟା ଆଗକୁ ଯିବ ବୋଲି ସୂଚନା ମିଳିଛି । ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ସଭାପତି ଗଠନ କରିଥିବା କମିଟିର ଆଜି ଏକ ପ୍ରସ୍ତୁତି ବୈଠକ ନବୀନ ନିବାସରେ ବସିଥିଲା । ବରିଷ୍ଠ ନେତା ତଥା କମିଟିର ଆବାହକ ଦେବୀପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଏ ବୈଠକରେ ସଭ୍ୟ ସଂଗ୍ରହ ନେଇ ସଭ୍ୟମାନେ ବହୁ ପ୍ରସ୍ତାବ ରଖିଥିଲେ । ଉଭୟ ଅନ୍ଲାଇନ ଓ ଅଫ୍ଲାଇନ୍ରେ ସଭ୍ୟ ସଂଗ୍ରହକୁ ମଧ୍ୟ ବୈଠକରେ ପ୍ରସ୍ତାବ ଉଠିଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଦଳ ଜନ ସଂପର୍କ ଯାତ୍ରା କରିବାର ଥିବାରୁ ସଭ୍ୟ ସଂଗ୍ରହ ଅଭିଯାନକୁ ଏହା ସହ ସାମିଲ କରି ଅକ୍ଟୋବର ୩୧ ଯାଏ ଚାଲୁ ରଖିବାକୁ ମଧ୍ୟ କିଛି ସଭ୍ୟ ପ୍ରସ୍ତାବ ଦେଇଛନ୍ତି ।
Comments are closed, but trackbacks and pingbacks are open.