ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ୍): ଆନ୍ଧ୍ରର ସୀମାନ୍ତ ମେଳିଆପୁଟି ଥାନା ଅଞ୍ଚଳରେ ଗତ ଡିସେମ୍ବରରେ ହତ୍ୟା ଘଟଣାର ଅଭିଯୁକ୍ତକୁ ଆନ୍ଧ୍ର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଗଜପତି ଜିଲ୍ଲା ଗଣ୍ଡାହାତୀ ଅଞ୍ଚଳର ରମେଶ ଶବର ବୋଲି ଶ୍ରୀକାକୁଲମ ଏସ୍ପି ଆମ୍ମି ରେଡି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଆଜି ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଅଭିଯୁକ୍ତ ଗତ ୩ବର୍ଷ ମଧ୍ୟରେ ଓଡିଶା, ଆନ୍ଧ୍ର ଏବଂ ତେଲେଙ୍ଗାନାରେ ୩ଟି ହତ୍ୟାକାଣ୍ଡରେ ସମ୍ପୃକ୍ତ । ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଭିଆଇଥିବା ଆନ୍ଧ୍ର ପୁଲିସର ତଦନ୍ତ ବେଳେ ନିଜେ ସ୍ୱୀକାର କିରଥିବା ଶ୍ରୀକାକୁଲମ ଏସପି କହିଛନ୍ତି । ତେବେ ଏନେଇ ଗାରାବନ୍ଧ ଥାନାରେ ଏଯାଏଁ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ସେଭଳି କୌଣସି ସୂଚନା ମିଳିଲେ ପୁଲିସ ନିଶ୍ଚିତ ଭାବେ ତଦନ୍ତ କରିବ ବୋଲି କହିଛନ୍ତି ଗାରାବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ।
ମିଳିଥିବା ସୂଚନା ଅନୁସାରେ, ୨୦୧୯ ଡିସେମ୍ବରରେ ମେଳିଆପୁଟି ଥାନା ଅଞ୍ଚଳର ଏକ ଡ୍ୟାମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ମୃତଦେହ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ କରିବା ସମ୍ଭବ ହୋଇନଥିଲା । ସେଥିପାଇଁ ଏହି ଘଟଣାର ୧୦ଦିନ ପୂର୍ବରୁ ଶ୍ରୀକାକୁଲମ ଜିଲ୍ଲା ସରୁକୋଟା ଥାନାରେ ଜଣେ ମହିଳାଙ୍କ ନିଖୋଜ ନେଇ ଏତଲା ଦାଏର ହୋଇଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଚିହ୍ନଟ କରିବା ସମ୍ଭବ ନଥିଲା । ତଥାପି ହାର ମାନିନଥିଲା ଆନ୍ଧ୍ର ପୁଲିସ୍ । ଏହି ଘଟଣା ଉପରୁ ପରଦା ହଟାଇବା ପାଇଁ ଉଭୟ ସାରୁକୋଟା ଏବଂ ମେଳିଆପୁଟି ପୁଲିସ ପୁରୁଣାପାଟଣା ସିଆଇଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖିଥିଲେ । ତେବେ ନିଖୋଜ ଯୁବତୀର ମୋବାଇଲ ନମ୍ବରକୁ ଟ୍ରାକ କରି ଧରିବା ପରେ ରମେଶ ଧରା ପଡିଥିଲା । ଜେରା ବେଳେ ଗାରାବନ୍ଧ ଥାନା ଅଞ୍ଚଳରେ ୨୦୧୭ ଓ ୨୦୧୯ରେ ପୃଥକ୍ ହତ୍ୟା କାଣ୍ଡ ଘଟାଇଥିଲା । ଏହାରି ଭିତରେ ତେଲେଙ୍ଗନାରେ ମଧ୍ୟ ସେ ଏକ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସମ୍ମୁଖରେ କହିଥିବା ଶ୍ରୀକାକୁଲମ ଏସପି ଆମ୍ମି ରେଡି କହିଛନ୍ତି । ଏହା ଜଣାପଡିବା ପରେ ଗାରାବନ୍ଧ ପୁଲିସ ସଂପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ କି କାର୍ଯ୍ୟାନୁÂାନ ଗ୍ରହଣ କରିବ ସେନେଇ ଜାଣିବା ପାଇଁ ଗାରାବନ୍ଧ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରେ ଏହି ଘଟଣାରେ ଆନ୍ଧ୍ର ପୁଲ୍ସ ତତ୍ୟ ସଂଗ୍ରହ ପାଇଁ ଆମ ଥାନାକୁ ଆସିଥିଲେ ମଧ୍ୟ ଏଭଳି କୌଣସି ମାମଲା ଆମ ଥାନାର ହୋଇନଥିବା ସ୍ପଷ୍ଟ ହୋଇଥିଲା । ତେବେ ଯଦି ସେ ଆନ୍ଧ୍ର ପୁଲିସ ସମ୍ମୁଖରେ ମାନିଛି ସେନେଇ ଆମକୁ ଆନ୍ଧ୍ର ପୁଲିସ ଲିଖିତ ଭାବେ ଜଣାଇଲେ ଘଟଣାର ତଦନ୍ତ କରାଯିବ ବୋଲି ଗାରାବନ୍ଧ ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି ।
Comments are closed, but trackbacks and pingbacks are open.