ମାଲକାନଗିରି, (ବି.ବି.ନୁ୍ୟଜ୍) ବଣପାହଡ ଘେରା ବନାନିର ବନବାସୀଙ୍କ ପାଇଁ ପ୍ରକୃତି ମେଲିଦେଇଛି ଜଙ୍ଗଲଜାତର ପସରା ଆଉ ଯୋଗାଇ ଦେଇଛି ବର୍ଷକ ୧୨ମାସପାଇଁ ପେଟକୁ ଦାନା । ଆଦିବାସୀଙ୍କ ପେଟର ଭୋକ ମେଟାଂଇବାକୁ ପ୍ରକୃତି ସାଇତିରଖିଛି ଅନେକପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ସେଥିମଧ୍ୟରୁ କୁସୁମ କୋଳି ଅନ୍ୟତମ,କୁସୁମ ଗଛରୁ ଫୁଲ ଓ ଫଳ ସଂଗ୍ରହକରି ଗରିବ ଆଦିବାସୀ ମାନେ ନିଜପରିବାର ପାଇଁ ୩ମାସର ଦାନା ଯୋଗାଡ କରିଥାନ୍ତି । ମାଲକାନଗିରି ଜିଲ୍ଲାରେ ପ୍ରଚୁରପରିମାଣରେ କୁସୁମଗଛ ଭରପୁର ହୋଇଅଛି,ଏହାକୁ ଆଦିବାସୀମାନେ ଖଟାମିଠା ଗଛ ବୋଲି କହିଥାନ୍ତି ।ଏହିଗଛରୁ ଫେବୃଆରୀ ମାସ ଶେଷରୁ କୁସୁମ ଫୁଲରପସରା ମେଲି ମାର୍ଚ ମାସ ଶେଷପର୍ଯ୍ୟନ୍ତ ଫୁଲ ଫୁଟିଥାଏ ।ଆଦିବାସୀ ଗ୍ରାମବାସୀମାନେ ପିଲାଛୁଆ ଧରି ସକାଳୁ ନିକଟସ୍ଥ ଜଙ୍ଗଲକୁ ଯାଇ କୁସୁମ ଫୁଲ ସଂଗ୍ରହକରି ଘରକୁ ଆଣିଥାନ୍ତି । ଏହି ଫୁଲ ଆଦିବାସୀ ଅଚଂଳର ଏକ ପ୍ରମୁଖ ବନଜାତ ଦ୍ରବ୍ୟ,ଏହା ସେମାନଙ୍କ ପରମ୍ପରା ସହିତ ଜଡିତ,ଏହି ଫୁଲ ବାସ୍ନା ହୋଇଥିବାରୁ ଆଦିବାସି ମହିଳା ମାନେ ମୁଣ୍ଡରେ ଖୋସି ଥାନ୍ତି । ଏହି କୁସୁମ ଗଛର ଫଳ ,ମଜିଂ ଓ ଫୁଲର ଔଷଧିୟ ଗୁଣ ଥିବାରୁ ତାକୁ ଶୁଖାଇ ଗୁଣ୍ଡକରି ଓ ମଜିଂରୁ ତେଲ ପେଡି ନିଜ ନିଜ କାମରେ ଲଗାଇଥାନ୍ତି । ମାର୍ଚ ମାସପରେ କୁସୁମ ଗଛରେ ଫଳଧରି ଥାଏ,ଏପ୍ରିଲ ମାସ ଠାରୁ ଏହିଫଳଗୁଡିକ ପାଚି ଥାଏ,ଏହା ଦେଖିବାକୁ ସବୁଜ ରଙ୍ଗ କୋଳି ଭିତରଟା ହଳଦିଆ ରଙ୍ଗ ଓ ଠିକ୍ ଜାମୁ କୋଳି ଭଳି ଖଟାମିଠା ସ୍ୱାଦ ଓ ଶରୀର ପାଇଁ ଉପାଦେୟ ହୋଇଥିବାରୁ ପିଲାମାନେ ଗଛରେ ଚଢି ପାଚିଲା କୋଳି ଖାଇବାସହ ବଜାରରେ ବିକ୍ରୀ କରି ଦୁଇପଇସା ରୋଜଗାର କରିଥାନ୍ତି ।


Comments are closed, but trackbacks and pingbacks are open.