ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗହଣା ସୋ’ରୁମ୍୍ରୁ ଲୁଟ୍ । ଛାତ କଣା କରି ପଶିଲେ, ନେଇଗଲେ ଦେଢ଼ କିଲୋ ସୁନା । ଶୁକ୍ରବାର ମଧ୍ୟରାତ୍ରିରେ ସାନବଜାର ସ୍ଥିତ ବିନୋଦ ଜୁଏଲାରୀରୁ ପ୍ରାୟ ଦେଢ କିଲୋ ସୁନା ଗହଣା ଲୁଟି ହୋଇଥିବା ଅଭିଯୋଗ ହୋଇଛି । ଲୁଟ୍ ସୁନାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ । ସୂଚନା ପାଇ ଏଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ, ବଡ଼ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତି ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି । ସିସିଟିଭି ଫୁଟେଜ୍ରେ ଦୁଇ ଜଣ ଅଭିଯୁକ୍ତଙ୍କ ଫଟୋ କଏଦ୍ ହୋଇଥିବା ଜଣାପଡ଼ିଛି ।
ଅଭିଯୋଗ ହୋଇଛି ଯେ, ଶୁକ୍ରବାର ରାତି ୯ଟାରେ ସୋ’ରୁମ୍ ବନ୍ଦ କରି ମାଲିକ ଜେ.ରବି କୁମାର ଓ କର୍ମଚାରୀମାନେ ଘରକୁ ଯାଇଥିଲେ । ଶନିବାର ପୂର୍ବାହ୍ନ ସାଢେ ୧୦ଟାରେ ସୋ’ରୁମ୍ ଖୋଲାଯାଇଥିଲା । କିନ୍ତୁ ଲକର୍ରୁ ସୁନା ଗହଣା ଗାଏବ ହୋଇଯାଇଥିବା ଦେଖିବାକୁ ପାଇଥିଲେ ମାଲିକ । ଏନେଇ ସେ ବଡ଼ବଜାର ଥାନାରେ ଏତଲା ଦେଇଥିଲେ । ତେବେ ପ୍ରଥମେ କେତେ ସୁନା ଚୋରି ହୋଇଛି ଏତଲାରେ ଦର୍ଶାଯାଇନଥିବାରୁ ପୁଲିସ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲା । ଲିଖିତ ଅଭିଯୋଗ ପାଇବା ପରେ ସନ୍ଧ୍ୟାରେ ଏଏସ୍ପି, ବଡ଼ବଜାର ଥାନା ଆଇଆଇସି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପାରିପାଶ୍ୱର୍ିକ ସ୍ଥିତି ଯାଞ୍ଚ କରିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତଙ୍କ ସମ୍ପର୍କରେ ବହୁ ତଥ୍ୟ ପୁଲିସର ହସ୍ତଗତ ହୋଇଛି । ଲକର୍ ଉପରେ ଲାଗିଥିବା ସିସି ଟିଭିରେ ଦୁର୍ବୃତ୍ତଙ୍କ କିଛି କ୍ଷଣର ଦୃଶ୍ୟ ମଧ୍ୟ କଏଦ୍ ହୋଇଛି । ତେବେ ଲୁଟେରାମାନେ ଭିତରେ ପଶିବା ପରେ ସିସିଟିଭି ତାର କାଟି ଦେଇଥିବା ଅନୁମାନ କରୁଛି ପୁଲିସ । କାରଣ ଅଧିକ ଦୃଶ୍ୟ ରେକର୍ଡ ହୋଇପାରିନି । ତଦନ୍ତ ବେଳେ କିଛି ଫିଙ୍ଗର୍ ପ୍ରିଣ୍ଟ୍, ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଶାବଳ ପୁଲିସର ହସ୍ତଗତ ହୋଇଥିବା କୁହାଯାଇଛି ।
ତିନି ମହଲା ବିଶିଷ୍ଟ ସୋ’ରୁମ୍ର ଉପରମହଲାରେ ଆଜବେଷ୍ଟସ୍ ଛାତ ରହିଛି । ଦୁର୍ବୃତ୍ତମାନେ ପାଶ୍ୱର୍ରେ ଥିବା ଚୌଡେଶ୍ୱରୀ ମନ୍ଦିର ରାସ୍ତା ଦେଇ ଆଜ୍ବେଷ୍ଟସ୍ ଉପରକୁ ଚଢ଼ିଛନ୍ତି । ସେଠାରେ ଗୋଟିଏ ଆଜ୍ବେଷ୍ଟସ୍ ବାହାର କରି ସୋ’ରୁମ୍ ଭିତରେ ପଶିଛନ୍ତି । ପରେ କବାଟ ଖୋଲି ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ପ୍ରବେଶ କରିଥିବା ଆଇଆଇସି ଭୂପତି ପ୍ରକାଶ କରିଛନ୍ତି । ଲକର୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି, କିନ୍ତୁ ସଫଳ ହୋଇନାହାନ୍ତି । ଏହା ପରେ ଲକର୍ର ଅର୍ଦ୍ଧାଧିକ ଭାଗ ଲୁହା ଶାବଳରେ ତାଡ଼ି ହାତ ପୁରାଇ ସୁନା ଅଳଙ୍କାର ନେଇ ଥିବା ସେ କହିଛନ୍ତି । ସୁଦ୍ଧା ଦେଢ କିଲୋ ସୁନା ଚୋରି ଯାଇଥିବା ଅଭିଯୋଗ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଯେଭଳି ଢଙ୍ଗରେ ଚୋରି ହୋଇଛି ସେଥିରେ ଜଣାଶୁଣା ଲୋକ ସମ୍ପୃକ୍ତ ଥିବା ସନେ୍ଦହ କରୁଛି ପୁଲିସ । ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏଏସ୍ପି ରାଉତରାୟ ।
ସୂଚନାଯୋଗ୍ୟ ଯେ, ୧୯୮୫ ମସିହାରେ ଏହି ଦୋକାନ ନିକଟରେ ଥିବା ଜେ.ରବିଙ୍କ ଶ୍ୱଶୁର ଇପାରୀ ମନ୍ମଥ ରାଓଙ୍କ ଇପାରୀ ଜୁଏଲାରିସ୍ରୁ ଦିନ ଦ୍ୱିପ୍ରହରରେ ଲୁଟେରାମାନେ ବନ୍ଧୁକ ଦେଖାଇ ୫ କିଲୋ ସୁନା ଗହଣା ଲୁଟ୍ କରିଥିଲେ । ଏନେଇ ମାମଲା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ଘଟଣାର ପର୍ଦ୍ଧାଫାସ୍ ହୋଇପାରିନି ।


Comments are closed, but trackbacks and pingbacks are open.