ଆନନ୍ଦପୁର,(ବି.ବି.ନୁ୍ୟଜ୍): ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ବିରୋଧ କରି ଗ୍ରାମବାସୀ ଉଭୟଙ୍କୁ ଗ୍ରାମରୁ ତଡିଦେବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଘଟିଛି ଆନନ୍ଦପୁର ବ୍ଲକ କାଠକଟା ପଞ୍ଚାୟତ ବରଗୋଠ ଗ୍ରାମରେ । ଦାଦା ଝିଅକୁ ବଡ ବାପା ପୁଅ ପ୍ରେମ କରି ଦୀର୍ଘ ୧୦ ବର୍ଷ ଧରି ସମ୍ପର୍କ ରଖିଆସୁଥିଲା । ଯାହାକୁ ବିରୋଧ କରି ଝିଅର ବାପା ଘର ଛାଡି କୁଆଡେ ପଳେଇଥିଲେ । ଫଳରେ ଝିଅ ଘରେ ଏକୁଟିଆ ରହିଆସୁଥିଲେ । ନିଜ ବଡବାପା ପୁଅ ସହିତ ଝିଅ ପ୍ରେମ ସମ୍ପର୍କ ଗଢି ଏକାଠି ରହିବାକୁ ଲାଗିଥିଲେ । ଘଟଣା ବହୁତ ଦିନ ଧରି ଲୋକଙ୍କ ଦୃଷ୍ଟିଆଢୁଆଳରେ ରହିବା ପରେ ଝିଅର ଜଣେ ସାଙ୍ଗ ଘଟଣା ପ୍ରକାଶ କରିବା ପରେ ପ୍ରଘଟ ହୋଇଥିଲା । ଯାହାକୁ ଗ୍ରାମବାସୀ ବିରୋଧ କରଥିଲେ । ମୁଣ୍ଡା ସମ୍ପ୍ରଦାୟର ଲୋକଙ୍କ ନିଷ୍ପତି ଅନୁଯାୟୀ ଉଭୟ ଭାଇ ଭଉଣୀ ଶୁକ୍ରବାର ଦିନ ସନ୍ଧ୍ୟାବେଳେ ଗ୍ରାମ ଛାଡି ପଳାଇଛନ୍ତି । ପୂର୍ବରୁ ଆଦିବାସୀ ମୁଣ୍ଡା ସମ୍ପର୍କୀୟ ଲୋକମାନଙ୍କ ମଧ୍ୟରେ ଏଭଳି ଅନୈତିକ ସମ୍ପର୍କ ପାଇଁ କୁଟାଗଦାରେ ବସାଯାଇ ଜାଳିଦେବାର ପରମ୍ପରା ରହିଥିବାବେଳେ କାଳକ୍ରମେ ଏହା ପରିବର୍ତ୍ତନ ହୋଇଛି । ଫଳରେ ଉଭୟ ଭାଇ ଭଉଣୀଙ୍କୁ ଗ୍ରାମବାସୀ ସେମାନଙ୍କୁ ଗ୍ରାମରୁ ତଡିଦେଇଛନ୍ତି ।
Comments are closed, but trackbacks and pingbacks are open.