ସୁନ୍ଦରଗଡ଼, (ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ସର୍ଗିଗଡ଼ ଗାଁରେ ହାତୀ ଆତଙ୍କ । ଗତକାଲି ରାତିରେ ହାତୀମାନେ ଗାଁ ଲୋକଙ୍କ ନିଦ ହଜାଇ ଦେଇଥିଲେ । ରାତେିର ହାତୀପଲ ଆସି ଗାଁର ହରି ପଲେଇଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହିତ ଲାଲମୋହନ ଘଣାଙ୍କ ଘରେ ପଶି ୨ କ୍ୱିଣ୍ଟାଲ ମକ୍କା ଖାଇଥିଲେ ଓ ନଷ୍ଟ କରିଥିଲେ । ତା ସହିତ ବାଡିବଗିଚାରେ ଥିବା କଦଳୀ ଗଛ ଦଳିଚକଟି ନଷ୍ଟ କରି ଦେଇଥିଲେ । ଗାଁ ଲୋକେ ହାତୀ ପଶିଥିବା ନେଇ ବନବିଭାଗକୁ ଖବର ଦେଇଥିଲେ । ହେଲେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଛି । ଏହା ସହିତ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଗ୍ରାମବାସୀମାନେ ବନ ବିଭାଗର ଉଚ୍ଚ ଅଧିକାରୀଙ୍କ ଠାରେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.