ନୟାଗଡ଼,(ବି.ବି.ନ୍ୟଜ୍): ନୟାଗଡ଼ରେ ସାଧାରଣ ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି କଙ୍ଗାରୁ କୋଟ୍ । ପୂର୍ବରୁ ଠାକୁରଙ୍କୁ ବନ୍ଦୀ କରିବା ସହ ଘର ଆଗରେ କଣ୍ଟା ଥୋଇ ଦଣ୍ଡ ଦେଉଥିବା କଙ୍ଗାରୁ କୋଟ୍ର ଆଉ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଓଡ଼ଗାଁରେ । ଏନେଇ ପୀଡ଼ିତମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନି ପୋଲିସ । ଫଳରେ ସେମାନେ ଗାଁକୁ ଯିବାକୁ ସାହସ ଜୁଟାଇ ପାରୁ ନଥିବା ବେଳେ ପର ଦୁଆରେ ମୁଣ୍ଡ ଗୁଞ୍ଜୁଛନ୍ତି । ଗତ ଗୁରୁବାରଠାରୁ ଓଡ଼ଗାଁ ଥାନା ସାମ୍ନା ବସ୍ ଷ୍ଟାଣ୍ଡରେ ଦିନ କାଟୁଛନ୍ତି ଭିଟିକିଳା ପଞ୍ଚାୟତ ରଗଡିମଡ଼ା ଗାଁ ଗୋଲାସାହି ଲୋକେ । ଗାଁକୁ ଯିବାକୁ ସାହସ ଜୁଟାଇ ପାରୁ ନାହାନ୍ତି । ପିଟି ପିଟି ପିଠିରୁ ଚମଡ଼ା ଉତାରି ଦେଇଛନ୍ତି ଗାଁ ଲୋକେ । ରାତିରେ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଉଛନ୍ତି ଏବଂ ଦିନ ବେଳା ବସଷ୍ଟାଣ୍ଡରେ ମୁଣ୍ଡ ଗୁଞ୍ଜୁଛନ୍ତି । ରଗଡ଼ିମଡ଼ା ଗୋଲାସାହି ଗାଁର ଏହି ୧୫ ପରିବାରଙ୍କ ଦୋଷ ହେଲା ସେମାନେ ଏକ ରାଜନୈତିକ ଦଳକୁ ସମର୍ଥନ କରନ୍ତି । ତେଣୁ ଅପର ଗୋÂୀର ଲୋକ ସାଧାରଣ କଥାରେ ସେମାନଙ୍କୁ ଗାଁ ସଭାକୁ ଡାକି ଫାଇନ୍ ଆଦାୟ କରୁଛନ୍ତି । ଗତ ଗୁରୁବାର ଗାଁ ସଭାରେ ସେମାନଙ୍କୁ ଅର୍ଥଦଣ୍ଡ ଦିଆଯିବାରୁ ସେମାନେ ସଭା ଛାଡ଼ି ପଳାଇ ଯାଇଥିଲେ । ଫଳରେ କଙ୍ଗାରୁ କୋଟ୍ର ନିଷ୍ପତ୍ତି କ୍ରମେ ସେମାନଙ୍କ ଘରେ ପଶି ନିସ୍ତୁକ ମାଡ଼ ମାରିଥିଲେ ଗାଁ ଲୋକେ । କେବଳ ମାଡ଼ ନୁହେଁ ଘର କବାଟ ତାଡ଼ି ଦେଇଥିଲେ । ତେବେ ଜୀବନ ବଞ୍ଚାଇବାକୁ ସେମାନେ ଥାନାରେ ଏତଲା ଦେଇ ଏଇ ବସଷ୍ଟାଣ୍ଡରେ ରହୁଛନ୍ତି । ଏମାନଙ୍କ ଚାଷ ଜମିରେ ନାଲିପତାକା ଲଗାଇ ଦେଇଛି କଙ୍ଗାରୁ କୋଟ୍ । ପୋଲିସ ଘଟଣାର ସମାଧାନ ନିମନ୍ତେ ତପôରତା ପ୍ରକାଶ କରୁ ନଥିବାରୁ ୫ଦିନରୁ ଉଦ୍ଧ୍ୱର୍ ହେବ ଭୟଭୀତ ହୋଇ ନିଜ ଘର ଛାଡ଼ି ପର ଦୁଆରେ ମୁଣ୍ଡ ଗୁଞ୍ଜୁଛନ୍ତି ନିରୀହ ଲୋକେ । ନା ପୋଲିସ ଘଟଣାରେ ହସ୍ତକ୍ଷେପ କରୁଛି ନା ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରୁଛି । ଏଥି ଯୋଗୁ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି ସାଧାରଣ ଲୋକେ ।
Comments are closed, but trackbacks and pingbacks are open.