ଗାଁ କୋଠା ପାଇଁ ଅନୁମୋଦନ ଲୋଡା

Get real time updates directly on you device, subscribe now.

ଭୁବନେଶ୍ୱର,(ିବି.ବି.ବୁ୍ୟରୋ): ନିଜ ମନଇଛା ଆଉ ଗାଁ ରେ ଘର କରି ହେବନି । ଗାଁରେ ବହୁ ମହଲା ବିଶିଷ୍ଟ ଘର କରିବାକୁ ଏଣିକି ସରକାରଙ୍କ ଅନୁମତି ନେବାକୁ ହେବ । ବିନା ଅନୁମତିରେ ଘର ନିର୍ମାଣ ବେଆଇନ । ବିନା ପ୍ଲାନ ଅନୁମୋଦନରେ କେହି ଘର କଲେ ଜୋରିମାନା ସହ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡ଼ିବ । ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ନିୟମକୁ ତ୍ୱରିତ ଲାଗୁ ମଧ୍ୟ କରାଯାଇଛି ।
ସହରାଞ୍ଚଳର ନିୟମ ଏଣିକି ଗ୍ରାମାଞ୍ଚଳରେ ବି ଲାଗୁ ହେବ । ବିଡିଏ ଓ ସିଡିଏ ଭଳି ଘର ତିଆରି ପାଇଁ ପ୍ଲାନ ସହ ଅନୁମତି ନେବାକୁ ହେବ । ଗ୍ରାମାଞ୍ଚଳରେ ଦୁଇ ମହଲାରୁ ଉଧ୍ୱର୍ ଆପାର୍ଟମେଣ୍ଟ, ଗ୍ରୁପ ହାଉସିଂ କୋଠା ଓ ବାଣିଜି୍ୟକ କୋଠା ନିର୍ମାଣ କରିବାକୁ ହେଲେ ଏଣିକି ଅନୁମତି ନେବାକୁ ହେବ । ଏଭଳି କୋଠା ନିର୍ମାଣ ପାଇଁ ପ୍ଲାନ ପ୍ରସ୍ତୁତ କରି ବ୍ଲକ ନିକଟରେ ଦାଖଲ କରିବାକୁ ହେବ । ବ୍ଲକ କର୍ତ୍ତୃପକ୍ଷ ଏହାକୁ ଜିଲ୍ଲା ଟାଉନ ପ୍ଲାନିଂ ୟୁନିଟକୁ ପଠାଇବେ । ଏ ପ୍ଲାନର ବୈଷୟିକ ଦିଗକୁ ଅନୁଧ୍ୟାନ କରି ଜିଲ୍ଲା ୟୁନିଟ୍ ଓଡ଼ିଶା ସରକାରଙ୍କ ଟାଉନ ପ୍ଲାନିଂ ନିଦେ୍ର୍ଧଶକଙ୍କ ଅନୁମତି ପରେ ସଂପୃକ୍ତ ପ୍ଲାନକୁ ଚୂଡ଼ାନ୍ତ ଅନୁମୋଦନ ମିଳିବ । ଏହା ପରେ ଆବେଦନକାରୀ ଘର ନିର୍ମାଣ କରିପାରିବେ । ୫୦୦ ବର୍ଗ ମିଟର କିମ୍ବା ୧ ଏକର ଜମିରେ ତିନି ମହଲା (ଜି୍ମ୨) କୋଠାକୁ ଏହି ପ୍ଲାନ ଅନୁମୋଦନରୁ ବାଦ ଦିଆଯାଇଛି ।
ନୂଆ କୋଠାକୁ ଛାଡ଼ି ଏବେ ନିର୍ମାଣାଧୀନ କୋଠା ପାଇଁ ମଧ୍ୟ ଏ ନୂଆ ନିୟମ ଲାଗୁ ହେବ । ଏଥିପାଇଁ କମ୍ପାଉଣ୍ଡିଂ ଫି ଦେବାକୁ ହେବ । ଏହି କମ୍ପାଉଣ୍ଡିଂ ଫି ର ୫୦ଧ ଅର୍ଥ ପଞ୍ଚାୟତରେ ଦାଖଲ କରାଯିବ । ଏ ଅର୍ଥ ଦାଖଲ ପରେ ଯାଇ ସଂପୃକ୍ତ କୋଠାର ନିର୍ମାଣକୁ ବୈଧ ଦର୍ଶାଯିବ । ଏ ପାଣ୍ଠି ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯିବ । ଗ୍ରାମାଞ୍ଚଳରେ ଓଡ଼ିଶା ସ୍ୱତନ୍ତ୍ର କୋଠା ନିର୍ମାଣ ନିୟମ ଲାଗୁ କରାଯିବ । ସହର ତଳି ଅଞ୍ଚଳରେ ଏଭଳି ବହୁ ସଂଖ୍ୟାରେ ବେଆଇନ କୋଠା ନିର୍ମାଣ ହେଉଥିଲା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ବହୁତଳ କୋଠା ନିର୍ମାଣ ବଢ଼ି ବଢ଼ି ଚାଲିଛି । ବିନା ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ ଯୋଗୁଁ ସ୍ୱେରେଜ ଓ ଡ୍ରେନେଜ ସମସ୍ୟା ମୁଣ୍ଡ ଟେକୁଛି । ଯାହା ପରବର୍ତ୍ତୀ ସମୟରେ ବଡ଼ ସମସ୍ୟା ଭାବେ ଉଭା ହେଉଛି । ଏହାକୁ ଏଡ଼ାଇବାକୁ ସରକାର ଏ ନୂଆ ନିୟମ ଆଣିଛନ୍ତି ।
ଏ ସଂପର୍କରେ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସରକାର ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ପ୍ଲାନରେ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏରିଆ ବାହାରେ ଦିନକୁ ଦିନ ବେଆଇନ ନିର୍ମାଣ ବଢ଼ି ଚାଲିଛି । ଏହାଦ୍ୱାରା ସହରାଞ୍ଚଳର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ବ୍ୟାବସାୟିକ ଉଦେ୍ଧଶ୍ୟରେ ଯେଉଁମାନେ ଗ୍ରାମାଞ୍ଚଳରେ କୋଠା ନିର୍ମାଣ କରିବେ ସେମାନଙ୍କୁ ପ୍ଲାନ ଅନୁମୋଦନ ନେବାକୁ ହେବ । ଏହି ପ୍ଲାନ ଅନୁମୋଦନ ଦ୍ୱାରା ସରକାରଙ୍କ ପାଖରେ ଆଗକୁ କେତେ କୋଠା ନିର୍ମାଣ ହେବ ଏବଂ ଆନୁଷଙ୍ଗିକ ଭାବେ କେତେ ପାନୀୟ ଜଳ ସହ ବିଜୁଳିର ଚାହିଦା ରହିବ ତା’ର ସୂଚନା ରହିବ । ଏହାଦ୍ୱାରା ସରକାରଙ୍କୁ ଯୋଜନା ପ୍ରସ୍ତୁତ କରିବା ଅପେକ୍ଷାକୃତ ସହଜ ହେବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଦର୍ଶାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons