ଗାଁ ଗାଁ ବୁଲି ସାନିଟାଇଜ କରୁଛନ୍ତି ସରପଞ୍ଚ

Get real time updates directly on you device, subscribe now.

ଆଳି,(ବି.ବି.ନୁ୍ୟଜ୍): କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି । ନିଜ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ସରକାର ସେମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏସବୁ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା ସହ ଆଉ ପାଦେ ଆଗକୁ ଯାଇଛନ୍ତି ଜଣେ ସରପଞ୍ଚ । ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣା ପଞ୍ଚାୟତ ସରପଞ୍ଚ ଉତ୍ତମ କୁମାର ସେନାପତି । ସେ କାନ୍ଧରେ ହ୍ୟାଣ୍ଡ ସପ୍ରେ ଧରି ଉଦୁଉଦିଆ ଖରାରେ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ସାନିଯାଇଜ୍ କରୁଛନ୍ତି । ସରପଞ୍ଚଙ୍କ ଏଭଳି କାମ ଦେଖି ପଞ୍ଚାୟତର କେତେକ ସ୍ୱାଚ୍ଛୋସେବୀ ମଧ୍ୟ ତାଙ୍କ ସହ ସାମିଲ ହୋଇ ପଞ୍ଚାୟତକୁ ସାନିଟାଇଜ୍ କରୁଛନ୍ତି । ସରପଞ୍ଚ ଉତ୍ତମ କୁମାର ସେନାପତି କହିଛନ୍ତି, ପଞ୍ଚାୟତ ସାନିଟାଇଜ୍ କରିବା ନିମନ୍ତେ ବହୁ ଲୋକଙ୍କୁ ଅନୁରୋଧ କରିବା ସତ୍ତେ୍ୱ କେିହ ଶୁଣି ନ ଥିଲେ । ସଚେତନତା ଅଭାବରୁ ସମସ୍ତେ ମନା କଲେ । ଶେଷର ନିଜେ ଏହାକୁ କରିବାକୁ ସ୍ଥିର କଲି ।ତେଣୁ ନିଜେ ଗାଁକୁ ଗାଁ ବୁଲି ସାନିଟାଇଜ୍ କରିବା ସହ ଲୋକଙ୍କୁ ଲକ୍ଡାଉନ୍ ନିୟମ କଡ଼ାକଡ଼ି ଭାବେ ପାଳନ ସହ ମାସ୍କ ପିନ୍ଧିବାକୁ ସଚେତନ କରାଇଛି । ପର୍ଯ୍ୟାୟକ୍ରମେ ପଞ୍ଚାୟତର ସବୁ ଗାଁକୁ ସାନିଟାଉଜ କରିବାକୁ ଲକ୍ଷ୍ୟ ରଖିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons