ଭଦ୍ରକ: ଯୁବକକୁ ପିଟି ପିଟି ମାରିଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତ ୧୯ତାରିଖ ଦିନ ସଂଧ୍ୟାରେ ଭଦ୍ରକ ଗ୍ରାମାଂଚଳ ଥାନା ରାଉତରା ପାଟଣା ଗାଁରେ ବିଜୟ ବହେରା ନାମକ ଜଣେ ଯୁବକକୁ ହତ୍ୟା କରାଯାଇଥିଲା । ବିଜୟଙ୍କୁ ସେହି ଗାଁର ପାଂଚ ଜଣ ଯୁବକ ଠେଙ୍ଗାରେ ପିଟି ପିଟି ମାରି ଦେଇଥିଲେ । ଆଉ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ।
ସେମାନଙ୍କ ମଧ୍ୟରୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିଛି । ଭଦ୍ରକ ଗ୍ରାମାଂଚଳ ଥାନା ପରିସରରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେଦିନ ରାସ୍ତା ଉପରେ
Comments are closed, but trackbacks and pingbacks are open.