କୁନ୍ଦୁରା: ଗାଁର ଜଣେ ମହିଳାଙ୍କୁ ଅଙ୍ଗନବାଡିÿ କର୍ମୀ ଭାବେ ନିଯୁକ୍ତି ଦିଆଯାଉ । ଏଭଳି ଦାବି କରି କୁନ୍ଦୁରା ବ୍ଲକ୍ ଦିଗାପୁର ପଞ୍ଚାୟତ ପୂଜାରୀପୁଟ ଗ୍ରାମବାସୀ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ସିଡିପିଓ ଆରତି ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ପୂଜାରୀପୁଟ ଗାଁର ପଦ୍ମନ ପୂଜାରୀଙ୍କ ସ୍ତ୍ରୀ ତୁଳା ପୂଜାରୀ ଅଷ୍ଟମ ପାସ୍ କରିଛନ୍ତି । ଚଳିତବର୍ଷ ବ୍ଲକ୍ର ନୂଆ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଖାଲିଥିବା କର୍ମୀ ନିଯୁକ୍ତି ଲାଗି ସେ ଆବେଦନ କରିଥିଲେ । କିନ୍ତୁ କୌଣସି କାରଣରୁ ତାଙ୍କ ଆବେଦନକୁ ଖାରଜ କରାଯାଇଛି । କେଉଁ କାରଣରୁ ତାଙ୍କ ଆବେଦନ ପତ୍ର ଖାରଜ କରାଯାଇଛି ତଦନ୍ତ କରାଯାଇ ଗାଁର ବୋହୂକୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରାଯାଇଛି । ଆବେଦନପତ୍ରରେ କୌଣସି ତ୍ରୁଟିଥିଲେ ତାଙ୍କୁ କିଛି ଦିନ ସମୟ ଦିଆଯାଉ ବୋଲି କୁହାଯାଇଛି । ଅନ୍ୟପକ୍ଷେ ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ଏଠାରେ ନିଯୁକ୍ତି ଦିଆଯାଏ, ତେବେ ବିରୋଧ କରିବା ସହ ଗାଁରେ ପୂରାଇ ଦେବେନାହିଁ ବୋଲି ଦାବିପତ୍ରରେ ଦର୍ଶାଯାଇଛି । ପୂଜାରୀପୁଟ ଗାଁର ୩୦ରୁ ଅଧିକ ପରିବାର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ପହଞ୍ଚି ସିଡିପିଓ ଆରତି ମହାପାତ୍ରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ଗ୍ରହଣ କରିବା ପରେ ଶ୍ରୀମତୀ ମହାପାତ୍ର କହିଛନ୍ତି ଯେ, ଏବେ ସବୁ କାର୍ଯ୍ୟ ଅନ୍ଲାଇନ୍ରେ କରାଯାଉଛି । ସେ ଯେମିତି ଆବେଦନ କରିିଥିଲେ, ଅଭିଯୋଗ ମଧ୍ୟ ସେଭଳି ଅନ୍ଲାଇନ୍ରେ କରିବାକୁ ପଡିବ ବୋଲି ଗ୍ରାମବାସୀଙ୍କୁ ବୁଝାଇଥିଲେ । ଦାବିପତ୍ରକୁ ଡିଏସ୍ଡବୁ୍ୟ ଓ ଜିଲ୍ଲାପାଳଙ୍କ ନିକଟକୁ ପଠାଇଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.