ଯାଜପୁର,(ବି.ବି.ନୁ୍ୟଜ୍): ଗାଁ ରାସ୍ତାରେ କୁମ୍ଭୀର । ବନ୍ୟା ପାଣି ଆସିବା ପରେ ଗାଁ ଭିତରକୁ ପଶି ଆସିଛି କୁମ୍ଭୀର । ଯାହାକୁ ଦେଖି ଆତଙ୍କିତ ହୋଇପଡିଛନ୍ତି ଲୋକେ । ଏ ଦୃଶ୍ୟ ହେଉଛି ଯାଜପୁର ଦତ୍ତପୁର ଗାଁର । ଯେଉଁଠି ବନ୍ୟା ପାଣିରେ କୁମ୍ଭୀର ଗାଁକୁ ପଶି ଆସିଛି । ଏକ ବିରାଟକାୟ କୁମ୍ଭୀର ଗାଁ ଭିତରେ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଲଘୁଚାପ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ହୋଇଛି । ବୈତରଣୀର ଶାଖା ବାଣୀ ନଦୀରୁ ଗୋଟିଏ କୁମ୍ଭୀର ବନ୍ୟା ପାଣିରେ ଭାସି ଆସିଥିଲା । କୁମ୍ଭୀରଟି ଦତ୍ତପୁର ଗାଁ ଦାଣ୍ଡରେ ବୁଲୁଥିଲା । ଏହା ଦେଖି ଗାଁ ଲୋକେ ଭୟଭୀତ ହୋଇଥିଲେ । କୁମ୍ଭୀରକୁ କାବୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ହେଲେ କୁମ୍ଭୀରଟି ଆଁ କରି ଲୋକଙ୍କୁ ଭୟଭୀତ କରୁଥିବା ଦେଖିବାକୁ ମିଳିଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।
Comments are closed, but trackbacks and pingbacks are open.