କଳାହାଣ୍ଡି,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ସାହାଜଖୋଲ ଜଙ୍ଗଲରେ ବାଘ ଆତଙ୍କ ସୃଷ୍ଟି ହୋଇଛି । ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ କନକପୁର ଗାଁରେ ବାଘଟି ଏକ ଗାଈକୁ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଗାଈକୁ ବାଘ ଶିକାର କରିଛି ନା ଆଉ କୌଣସି ଜୀବ ତାହା ବନବିଭାଗ ସ୍ପଷ୍ଟ କରିନାହିଁ । ଗାଁଲୋକେ ବାଘ ଶବ୍ଦ ଶୁଣିଥିବାରୁ ଏହା ବାଘ ଶିକାର କରିଥିବା ସନେ୍ଦହ କରାଯାଉଛି ।
ପ୍ରକାଶ ଯେ କନକପୁର ଗାଁକୁ ଲାଗି ରହିଛି ସାହାଜଖୋଲ ଜଙ୍ଗଲ । ଗତକାଲି ଜଙ୍ଗଲ ମଧ୍ୟରେ ଗାଈକୁ କୌଣସି ଏକ ହିଂସ୍ରଜନ୍ତୁ ମାରିଥିବା ଦେଖିବାକୁ ମିଳିଥିଲା । ପରେ ଜଙ୍ଗଲ ମଧ୍ୟରେ ମକାଚାଷ କରିଥିବା କିଛି ଲୋକ ବାଘର ଗର୍ଜନ ଶୁଣିଥିବା କହିଛନ୍ତି । ଏହାପରେ ଲୋକେ ଭୟଭୀତ ହୋଇ ଗାଁକୁ ପଳାଇ ଆସିଥିଲେ । ଗତକାଲି ରାତିରେ ଲୋକେ ଅନିଦ୍ରା ହୋଇ ଜଗି ବସିଥିଲେ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଶନିବାର ସକାଳୁ ବେହେରା ସେrନ ମହିଳା ଫରେଷ୍ଟର ମନୀଷା ପଟ୍ଟନାୟକ ଓ ଗୋତମୁଣ୍ଡା ବିଟ ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ, ଡୁଡୁକାଠେଙ୍ଗା ବିଟ୍ ଫରେଷ୍ଟ ଗାର୍ଡ ନମିତା ବାଗ, ଘଣ୍ଟିଗୁଡା ବିଟ ଗିରିଧାରୀ ଗଉଡ଼, କନକପୁର ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଜଙ୍ଗଲରେ ମରି ପଡିଥିବା ଗାଈ ପାଖରେ ଛାନଭିନ କରିଥିଲେ । ତେବେ କୌଣସି ହିଂସ୍ରଜନ୍ତୁ ଆକ୍ରମଣ କରିଥିବା କହିଛନ୍ତି । ବାଘ ବୋଲି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ଏନେଇ ବେହେରା ସେrନ ଫରେଷ୍ଟର ମନୀଷା ପଟ୍ଟନାୟକଙ୍କୁ ପଚାରିବାରୁ ଏହା ରିଜର୍ଭ ଫରେଷ୍ଟ ମଧ୍ୟରେ ହୋଇଛି ଗାଁକୁ ସେହିଠାରୁ ୩ କିମି ରହିଛି । ଏଣୁ ଗ୍ରାମବାସୀଙ୍କୁ ଭୟଭୀତ ହେବାର କୌଣସି କାରଣ ନାହିଁ ତଥାପି ଆମେ ଗ୍ରାମବାସୀଙ୍କୁ ରିଜର୍ଭ ଫରେଷ୍ଟ ଭିତରକୁ ନ ଯିବାକୁ ସଚେତନ କରିଦେଇଛୁ ବୋଳି କହିଛନ୍ତି । ଏବେ ବି ବାଘକୁ ନେଇ ଗ୍ରାମବାସୀଙ୍କ ମନରେ ଭୟ ଦେଖାଦେଇଛି ।
Comments are closed, but trackbacks and pingbacks are open.