ଗାଡ଼ି ସଜାଡ଼ିବା ବେଳେ ଚଢ଼ିଗଲା ଟ୍ରକ୍

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପର ଏକ ଟ୍ରକ୍ରେ କେନ୍ଦୁଝରରୁ ଲୁହାପଥର ଗୁଣ୍ଡ ଆଣିବାକୁ ଯାଇଥିବା ଏକ ଟ୍ରକ୍ ଡ୍ରାଇଭରଙ୍କ କାରନାମା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ଗାଡ଼ିରୁ ଓହ୍ଲାଇ ରାସ୍ତା ଉପରେ ଟାୟାର ସଜାଡ଼ୁଥିବା ବେଳେ ଗାଡ଼ି ଚଢିଯିବା ଫଳରେ ମୃତ ହେଲପରଙ୍କୁ ଗାଡ଼ିର ଡ୍ରାଇଭର ଟ୍ରକ୍ରେ ପାରାଦୀପ ଆଣିିବା ଖବର ଜଣାପଡ଼ିବା ପରେ ହେଲପରଙ୍କ ପରିବାର ପକ୍ଷରୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରାଯାଇଛି । ହେଲେ ପୁଲିସର ପ୍ରାରମ୍ଭିକ ତଦନ୍ତରେ ଏହା ଏକ ଦୁର୍ଘଟଣା ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ ପାରାଦୀପର ଏକ ଦଶ ଚକିଦା ଟ୍ରକ୍ (ନଂ.ଓଦାର୍୦୪ଏଫ୍-୮୦୮୩)କୁ ନେଇ ସବ୍ ଷ୍ଟେସନ୍ ମୁଣ୍ଡାପଡ଼ା ବସ୍ତିି ଅଞ୍ଚଳର ଉପେନ୍ଦ୍ର ସିଂ ଗାଡ଼ିର ଡ୍ରାଇଭର ଓ ବାବୁଲି ସିଂ ହେଲପର ଭାବେ କେନ୍ଦୁଝରକୁ ଯାଇଥିଲେ । ଗତକାଲି ରାତିରେ କେନ୍ଦୁଝରରୁ ଫେରିବା ବେଳେ ଘଟଗାଁ ପରେ ରାତିରେ ରାସ୍ତା କଡ଼ରେ ଗାଡ଼ି ରଖି ବାବୁଲି ସିଂ ଟାୟାର ସଜାଡ଼ିବାକୁ ଓହ୍ଲାଇଥିଲେ । ହେଲେ ଗାଡ଼ିରେ ଉପେନ୍ଦ୍ର ଶୋଇପଡ଼ିଥବାରୁ ବାବୁଲିଙ୍କ ଅନୁପସ୍ଥିତି ଜାଣି ପାରି ନଥିଲେ । ଗାଡ଼ି ଷ୍ଟାଟ କରି ଗଡ଼ାଇବା ବେଳକୁ ବାବୁଲିଙ୍କ ଉପରେ ଟାୟାର ଚଢ଼ିଯାଇଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି । ଫଳରେ ବାବୁଲି ଗୁରୁତର ଆହତ ହୋଇଥିବାରୁ ସମ୍ଭବତଃ ତାଙ୍କର ମୃତୁ୍ୟ ହୋଇଥିବା କୁହାଯାଉଛି । ହେଲେ ବାବୁଲିଙ୍କ ମୃତୁ୍ୟ ହୋଇଥିବା ଭାବି ତାଙ୍କୁ ଉପେନ୍ଦ୍ର ସ୍ଥାନୀୟ ମେଡ଼ିକାଲକୁ ନନେଇ ଟ୍ରକ୍ରେ ପାରାଦୀପ ନେଇ ପଳାଇଆସିଲେ । ଭୋର ସମୟରେ ପାରାଦୀପରେ ପହଞ୍ଚିବା ପରେ ଘର ଲୋକଙ୍କୁ ଖବରଦେଇଥିଲେ । ହେଲେ ମୃତ ବାବୁଲିଙ୍କ ବାପା ପରିଡ଼ା ସିଂ ତାଙ୍କ ପୁଦର ଆଗରୁ ଉପେନ୍ଦ୍ରଙ୍କ ସହିତ ବିବାଦ ଥିଲା ଓ ତାଙ୍କୁ ଉପେନ୍ଦ୍ର ମାରିଦେଇଥିବା ନେଇ ଗଣମାଧ୍ୟମ ଆଗରେ ଅଭିଯୋଗ ଉଠାଇଥିଲେ । ଖବର ପାଇବା ପରେ ପାରାଦୀପ ଥାନା ପୁଲିସ ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହେଲେ ପରବର୍ତ୍ତୀ ସମୟରେ ଏହି ମାମଲାକୁ କେନ୍ଦୁଝରରେ ଘଟିଥିବା ଥାନା ଅଞ୍ଚଳକୁ ହସ୍ତାନ୍ତର କରାଯିବ ବୋଲି ପାରାଦୀପ ଥାନା ଅଧିକାରୀ ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି । ଏପରିକି ଏହା ଏକ ଦୁର୍ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons