
ଭୁବନେଶ୍ୱର,(ବି.ବି.ନୁ୍ୟଜ): ଅଭିଯୁକ୍ତକୁ ଧରିବାକୁ ବାଲେଶ୍ୱରରୁ ରାଜଧାନୀ ଆସିଥିଲେ । ଏଠାରେ ପହଞ୍ଚିବା ପରେ ଯୋଜନା ସଫଳ ହେଲା । ଅଭିଯୁକ୍ତକୁ ଗିରଫ କଲେ । ହେଲେ ଫେରିବା ବେଳକୁ କାଳ ସାଜିଲା ଫାଇନାନ୍ସ ସଂସ୍ଥା । ମାସିକ କିସ୍ତି (ଇଏମ୍ଆଇ) ବକେୟା ଥିବା ଦର୍ଶାଇ ପୁଲିସଠୁ ଭ୍ୟାନ୍ ଛଡ଼ାଇ ନେଲେ ଫାଇନାନ୍ସ କର୍ମଚାରୀ । ଶେଷରେ ଗାଡିÿ ଭଡ଼ା କରି ଅଭିଯୁକ୍ତକୁ ନେଲେ । ବାଲେଶ୍ୱର ଜିଲ୍ଲା ପୁଲିସ୍ ଆଜି ଏକ ଚଢ଼ଉରେ ଆସି ରାଜଧାନୀରେ ଏମିତି ହଟହଟା ହୋଇଛି ।
ସୂଚନା ଅନୁଯାୟୀ, ବର୍ଷେ ପୂର୍ବରୁ ଏକ ଘରୋଇ ବୋଲେରୋ ଭ୍ୟାନ୍ (ଓଡି୦୧ଭି-୮୯୬୨) ବାଲେଶ୍ୱରର ସହଦେବଖୁଣ୍ଟା ଥାନାରେ ଭଡ଼ାରେ ଲାଗିଥିଲା । ଗାଡିÿର ମାଲିକ ତନ୍ମୟ କୁମାର ବେହୁରିଆ ନିଜେ ଉକ୍ତ ଗାଡ଼ିକୁ ଚଳାଉ ଥିଲେ । ଗାଡ଼ିଟି ୨୦୧୮ ଫେବ୍ରୁଆରୀରେ କିଣା ଯାଇଥିଲା । ‘ଏମ୍ ଆଣ୍ଡ ଏମ୍ ଫାଇନାନ୍ସସିଆଲ୍ ସର୍ଭିିସେସ୍ ଲିମିଟେଡ୍’ ନାମକ ସଂସ୍ଥାଠୁ ତନ୍ମୟ ଋଣ ଆଣିଥିଲେ । କିନ୍ତୁ ଫାଇନାନ୍ସ ସଂସ୍ଥାର ୯ ମାସ କିସ୍ତି ବାକି ଥିଲା । ଯେହେତୁ ଗାଡିÿଟି ପୁଲିସ୍ ବାବୁମାନଙ୍କୁ ବସାଇ ବାଲେଶ୍ୱର ଅଞ୍ଚଳରେ ବୁଲୁଥିଲା । ତେଣୁ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଉଦ୍ଧାର (ରିକଭରି) ପାଇଁ ସାହସ ହେଉନଥିଲା । ଫାଇନାନ୍ସ କର୍ମଚାରୀମାନେ ଏକାଧିକ ଥର ଗାଡ଼ି ଟାଣିବାକୁ ଚେଷ୍ଟା କରି ଫେଲ୍ ମାରିଥିଲେ ।
ଆଜି ସହଦେବଖୁଣ୍ଟା ଥାନା ପକ୍ଷରୁ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ଟିମ୍ ଉକ୍ତ ଗାଡିÿ ଯୋଗେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ଟିମ୍ରେ ଜଣେ ସବ୍ଇନ୍ସପେକ୍ଟର ର୍ୟାଙ୍କ ଅଧିକାରୀ ଓ କିଛି କନଷ୍ଟେବଳ ଥିଲେ । ଗାଡିÿଟି ବାଲେଶ୍ୱର ବାହାରକୁ ଯାଉଥିବା ଖବରପାଇ ଫାଇନାନ୍ସ ସଂସ୍ଥା କର୍ମଚାରୀମାନେ ତପôର ହୋଇଯାଇଥିଲେ । ବାଣୀବିହାର ଛକ ପୂର୍ବରୁ ସତ୍ସଙ୍ଗ ବିହାରଠାରେ ସଂସ୍ଥାର କିଛି କର୍ମଚାରୀ ଗାଡିÿକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଲିସ ଭ୍ୟାନ୍ ସେଠାରେ ଅଟକି ନଥିଲା । ପରେ କର୍ମଚାରୀମାନେ ଗାଡିÿକୁ ପିଛା କରିଥିଲେ । ପୁଲିସ ଭ୍ୟାନ୍ ଶେଷରେ ଖଣ୍ଡଗିିରି ଥାନା କ୍ୟାମ୍ପସ୍କୁ ପଶିଥିଲା ।
କର୍ମଚାରୀମାନେ ଗାଡ଼ିର ବକେୟା କିସ୍ତି କାଗଜପତ୍ର ଖଣ୍ଡଗିରି ଥାନା ପୁଲିସ୍କୁ ଦେଖାଇଥିଲେ । ଗାଡିÿକୁ ନିଜ ଅକ୍ତିଆରକୁ ନେବାକୁ ଦାବି ରଖିଥିଲେ । ପୁଲିସ ନିରୁପାୟ ହୋଇ ଗାଡିÿକୁ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲା । ପରେ ଅଭିଯୁକ୍ତକୁ ବାଲେଶ୍ୱର ନେବାକୁ ଅନ୍ୟ ଏକ ଗାଡି ଭଡ଼ା ସୂତ୍ରରେ ଆଣି ନେଇଥିଲେ । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶ ରହିଛି ଯେ କୌଣସି ଗାଡିÿର ଋଣ ବାବାଦକୁ କିସ୍ତି ଯଦି ୬ ମାସରୁ ଅଧିକ ସମୟ ଯାଏଁ ଦିଆଯାଇ ନଥିବ, ତେବେ ଉକ୍ତ ଗାଡିÿକୁ ସମ୍ପୃକ୍ତ ଫାଇନାନ୍ସ ସଂସ୍ଥା ନିଜ ଅକ୍ତିଆରକୁ ନେଇପାରିବ ।
Comments are closed, but trackbacks and pingbacks are open.