ଗାଧୋଇବା ବେଳେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର

Get real time updates directly on you device, subscribe now.

ସାନଖେମୁଣ୍ଡି : ଗାଧୋଇବା ବେଳେ ଭାସି ଗଲେ ଦଶମ ଶ୍ରେଣୀ ଛାତ୍ର । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ଗାଁର ଦଶମ ଶ୍ରେଣୀ ଛାତ୍ର ଲୋଚନ ମହାରଣା ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।
ଖବର ଅନୁଯାୟୀ, ଜଗମୋହନ ଗାଁ ନିକଟରେ ଥିବା ମଙ୍ଗଳୁପୁର ନାଳରେ ଗାଧୋଇବା ବେଳେ ଲୋଚନ ପାଣିରେ ଭାସି ଯାଇଥିଲା । ତେବେ ତାଙ୍କ ନିକଟରେ ଥିବା ସାଙ୍ଗ ବଳରାମ ଡାକୁଆ ବଞ୍ଚାଇବାକୁ ଯାଇଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହାର କିଛି ସମୟ ପରେ ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ଖୋଜାଖୋଜି ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons